ETV Bharat / state

୨୦୨୪ରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୧ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଦାବି - ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ

୨୦୨୪ ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ । ବିଳମ୍ବ ହୋଇଯିବା ଦର୍ଶାଇ ଆଗାମୀ ୧ ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଉଠିଲା ଦାବି । ଅଧିକ ପଢନ୍ତୁ

Puri Ratna Bhandar
Puri Ratna Bhandar
author img

By

Published : Aug 5, 2023, 4:51 PM IST

Updated : Aug 5, 2023, 5:12 PM IST

୨୦୨୪ରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ, ୧ମାସ ମଧ୍ୟରେ ଖୋଲିବାକୁ ବିଭିନ୍ନ ମହଲରେ ଦାବି

ପୁରୀ: ଆସନ୍ତା ବର୍ଷ ୨୦୨୪ ରଥଯାତ୍ରା ସମୟରେ ଖୋଲାଯିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ଏବଂ ଏହାର ଆବଶ୍ୟକୀୟ ମରାମତି ପାଇଁ ଏହାକୁ ଖୋଲାଯିବ । ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଏହାକୁ ବିରୋଧ କରାଯାଇଛି । ୨୦୨୪ ରଥଯାତ୍ରା ବେଳକୁ ବହୁ ବିଳମ୍ବ ହେବ । ଏଣୁ ୧ ମାସ ମଧ୍ୟରେ ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।

ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ବିଭିନ୍ନ ମହଲରେ ଦାବି ଉଠିବା ପରେ ଶେଷରେ ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିବାରୁ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି । ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ପରିଚାଳନା କମିଟିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ରତ୍ନଭଣ୍ଡାରର ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ବେଳେ ଅତି ଶୀଘ୍ର ଏହାର ଯାଞ୍ଚ ଏବଂ ମରାମତି ଆବଶ୍ୟକ ଥିବା ସେ ମତ ରଖିଛନ୍ତି । ରଥଯାତ୍ରା ସମୟକୁ ଅପେକ୍ଷା ନକରି ଯଥାଶୀଘ୍ର ଏହାର ଯାଞ୍ଚ ଏବଂ ମରାମତି କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Srimandir Ratna Bhandar: ଆସନ୍ତାବର୍ଷ ରଥଯାତ୍ରା ବେଳେ ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ: ଜିଲ୍ଲାପାଳ

ସେହିପରି ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ରତ୍ନ‌ ଗଣତି କରାଯିବା ସହ ସେହି ସୁନା ଅଳଙ୍କାରରେ ମହାପ୍ରଭୁଙ୍କ ଆହୁରି ଅଧିକ ସୁନାବେଶର ସେଟ୍ ପ୍ରସ୍ତୁତ କରିବାକୁ ମତ ରଖିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ । ମହାପ୍ରଭୁଙ୍କ ଭଣ୍ଡାରକୁ ସ୍ବର୍ଣ୍ଣ ଅଳଙ୍କାର ଦାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ରତ୍ନ ଭଣ୍ଡାର ଦାବି ଉଠିବା ପରେ ଏହାକୁ ଚାପି ଦେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଆବେଦନକାରୀ ଦିଲ୍ଲୀପ ବରାଳ

ଏ ନେଇ ସେ କହିଛନ୍ତି, "ରତ୍ନ ଭଣ୍ଡାର ସ୍ଥିତି ଅତି ଦୁର୍ବଳ ରହିଛି । ଆସନ୍ତା ରଥଯାତ୍ରାକୁ ଅପେକ୍ଷା ନ କରି ଆଗାମୀ ୧ ମାସ ମଧ୍ୟରେ ରତ୍ନ ଭଣ୍ଡାର ମରାମତି କରାଯାଇ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କରାଯାଉ ।" ସେପଟେ ଭକ୍ତଙ୍କ ପାଇଁ ଚାରି ଦ୍ଵାର ଖୋଲିବାରେ ପୁଣି ଶ୍ରୀମନ୍ଦିର ପ୍ରଶାସନ ପଛଘୁଞ୍ଚା ଦେବାକୁ ନେଇ ବିରୋଧ କରିଛି ପୁରୀ ସଚେତନ ନାଗରିକ ମଞ୍ଚ । ମଞ୍ଚ କହିଛି, "ଚାରି ଦ୍ବାର ନ ଖୋଲି କେବଳ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ଵାର ଖୋଲିବା ଠିକ୍ ନୁହେଁ । କେବଳ ପୁରୀ ବାସିନ୍ଦା କଣ ମହାପ୍ରଭୁଙ୍କ ଭକ୍ତ, ଅନ୍ୟ ସ୍ଥାନରୁ ଆସିଥିବା ଭକ୍ତ କଣ ମହାପ୍ରଭୁଙ୍କ ଭକ୍ତ ନୁହେଁ କି ? ଆଜି ପର୍ଯ୍ୟନ୍ତ କାହିଁକି ପରିକ୍ରମା ପ୍ରକଳ୍ପ ପ୍ରଶାସନ ଶେଷ ହେଲାନାହିଁ ? ଏଥିପାଇଁ ଭକ୍ତଙ୍କ ଦୋଷ କଣ ? ଭକ୍ତ କାହିଁକି କଷ୍ଟ ପାଇବେ ?"

ମଞ୍ଚ ପୂର୍ବରୁ 4 ଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ଦାବି ନେଇ ଯେଉଁ ଦସ୍ତଖତ ଅଭିଯାନ ଜାରି ରଖିଛି ସେହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ୧ ଲକ୍ଷ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯାଇ ଦାବିପତ୍ର ଆକାରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ । ତେବେ ଏହା ପରେ ମଧ୍ୟ ଦାବି ପୂରଣ ନ ହେଲେ ସବୁ ଭକ୍ତଙ୍କ ପାଇଁ 4 ଦ୍ବାର ଖୋଲିବା ଦାବି ନେଇ ଶ୍ରୀମନ୍ଦିର ଚାରି ଦ୍ବାର ସମ୍ମୁଖରେ ଧାରଣା ଦିଆଯିବ ବୋଲି ପୁରୀ ସଚେତନ ନାଗରିକ ମଞ୍ଚ ଆବାହକ ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି ।

ସୂଚନା ଥାଉ କି ୨୦୧୮ ମାର୍ଚ୍ଚରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ ଏବଂ ମରାମତି କରିବା ପାଇଁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ୨୦୨୨ ଅଗଷ୍ଟରେ ASI ପକ୍ଷରୁ ଚିଠି କରାଯାଇଥିଲା । ଏହା ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିଲା । ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତ, ସେବାୟତ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପରେ ଶେଷରେ ମୁଣ୍ଡ ନୁଆଇଁଛି ଶ୍ରୀମନ୍ଦିର ପ୍ରଶାସନ।

ଇଟିଭି ଭାରତ, ପୁରୀ

Last Updated : Aug 5, 2023, 5:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.