ETV Bharat / state

୩୧ରେ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ, ରାକ୍ଷୀ ପ୍ରସ୍ତୁତିରେ ବ୍ୟସ୍ତ ପାଟରା ବିଷୋୟୀ ସେବକ

author img

By ETV Bharat Odisha Team

Published : Aug 28, 2023, 4:36 PM IST

ଆସନ୍ତା ୩୧ ତାରିଖରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ରକ୍ଷା ବନ୍ଧନ ଉତ୍ସବ । ଏନେଇ ପାଟରା ବିଷୋୟୀ ସେବକମାନେ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି । ଅଧିକ ପଢନ୍ତୁ

Raksha Bandhan 2023 in Sri Mandir
Raksha Bandhan 2023 in Sri Mandir
୩୧ରେ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ

ପୁରୀ: ଆସୁଛି ଭାଇ ଭଉଣୀର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଜଗା ମଧ୍ୟ ବାନ୍ଧିବ ରାକ୍ଷୀ । ତେବେ ଆସନ୍ତା ୩୧ ତାରିଖରେ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆରମ୍ଭ ହୋଇଛି ପ୍ରସ୍ତୁତି । ଦୁଇ ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀବାହୁରେ ରାକ୍ଷୀ ବାନ୍ଧିବେ ଅଲିଅଳି ଭଉଣୀ ଦେବୀ ଶୁଭଦ୍ରା । ଏ ନେଇ ପାଟରା ବିଷୋୟୀ ସେବକ ବେଶ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଯୋଗାଇ ଦିଆଯାଇଥିବା ରଙ୍ଗ ବେରଙ୍ଗ ବାସୁଙ୍ଗା ପାଟରେ ପ୍ରସ୍ତୁତ କରାଯାଉଛି ଏହି ରାକ୍ଷୀ । ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଇଛି । ପାଟରା ବିଷୋୟୀ ସେବକ ବେଶ ନିଷ୍ଠାର ସହ ଏହି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ତେବେ ଏହି ରାକ୍ଷୀ ସହିତ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ୫୪ ଟି ଗୁଆରେ ପ୍ରସ୍ତୁତ ଏହି ଗୁଆମାଳ ମଧ୍ୟ ରକ୍ଷାବନ୍ଧନ ଅବସରରେ ଲାଗି କରାଯିବାର ପରମ୍ପରା ରହିଛି ।

ଏହା ବି ପଢନ୍ତୁ- ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା , ବୌଦ୍ଧରେ ତୁଳା ରାକ୍ଷୀର ଆଦର

ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି ପାଟରା ବିଷୋୟୀ ସେବାୟତ । ପୂର୍ଣ୍ଣିମା ଦିନ ପ୍ରସ୍ତୁତ ଏହି ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ଭିତରେ ବର୍ଷ ରକ୍ଷା ବନ୍ଧନର ବିଶେଷ ମହତ୍ତ୍ବ ରହିଛି । ଆଉ ଏହି ଉତ୍ସବ ପାଇଁ ମହାପ୍ରଭୁଙ୍କ ରାକ୍ଷୀ ପ୍ରସ୍ତୁତ କରି ବେଶ ଉତ୍ସାହିତ ଅନୁଭବ କରିଥାନ୍ତି ପାଟରା ସେବାୟତ ।

ଏନେଇ ପାଟରା ବିଷୋୟୀ ସେବକ ସନ୍ତୋଷ କୁମାର ପାତ୍ର କହିଛନ୍ତି, "୩୧ ତାରିଖ ଗୁରୁବାର ଦିନ ଶ୍ରୀମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ୪ଟି ରାକ୍ଷୀ ପ୍ରସ୍ତୁତ ୯୦ ପ୍ରତିଶତ ଶେଷ ହୋଇଛି । ଗୁରୁବାର ଦିନ ମଧ୍ୟାହ୍ନ ଧୂପ ପରେ ପାଳିଆ ସିଙ୍ଗାରୀ ସେବକମାନେ ଶ୍ରୀଜିଉଙ୍କୁ ପରିଧାନ କରାଇବେ । ଏହି ରାକ୍ଷୀ ବାସୁଙ୍ଗା ପାଟରେ ତିଆରି ହୋଇଥାଏ । ନାଲି, ନୀଳ, ବାଇଗଣୀ ଓ ହଳଦିଆ ରଙ୍ଗର ୪ଟି ରାକ୍ଷୀ ପ୍ରସ୍ତୁତ କରାଯାଏ । ୨ଟି ରାକ୍ଷୀ ପ୍ରଭୁ ଜଗନ୍ନାଥ ଓ ୨ଟି ରାକ୍ଷୀ ବଡ଼ ଠାକୁର ବଳଭଦ୍ର ଶ୍ରୀବାହୁରେ ବାନ୍ଧିବେ । ଏହା ଆମର ସେବା । ଏହି ଖୁସିକୁ ଭାଷାରେ ପରିପ୍ରକାଶ କରିହେବନି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.