ETV Bharat / state

ଚିଲିକାରେ ଅଟକି ଗଲା ଯାତ୍ରୀବାହୀ ଡଙ୍ଗା, ଅଧଘଣ୍ଟା ଧରି ଫସି ରହିଲେ 60ରୁ ଊର୍ଦ୍ଧ୍ବ ଯାତ୍ରୀ - ଅଧଘଣ୍ଟା ଧରି ଫସି ରହିଥିଲେ 60ରୁ ଉର୍ଦ୍ଧ୍ବ ଯାତ୍ରୀ

ମେସିନ ଖରାପ ହେବା ଯୋଗୁ ଦୀର୍ଘ ଅଧଘଣ୍ଟା ପର୍ଯ୍ୟନ୍ତ ଚିଲିକା ଜଳରାଶିରେ ଫସି ରହିଲା ଡଙ୍ଗା । ସାତପଡ଼ା ଠାରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ଏହି ଯାତ୍ରୀବାହୀ ଡଙ୍ଗା । ଅଧିକ ପଢନ୍ତୁ

ପୁଣି ଚିଲିକାରେ ଅଘଟଣ
ପୁଣି ଚିଲିକାରେ ଅଘଟଣ
author img

By ETV Bharat Odisha Team

Published : Oct 1, 2023, 8:45 PM IST

ପୁଣି ଚିଲିକାରେ ଅଘଟଣ

ପୁରୀ: ପୁଣି ଚିଲିକାରେ ଅଘଟଣ । ମେସିନ ଖରାପ କାରଣରୁ ଚିଲିକାର ଅକାତ ପାଣିରେ ବନ୍ଦ ପଡିଲା ଯାତ୍ରୀବାହୀ ଡଙ୍ଗା । ଦୀର୍ଘ ଅଧ ଘଣ୍ଟା ସମୟ ଧରି ଡଙ୍ଗା ଚିଲିକା ମଧ୍ୟରେ ଫସି ରହିଥିଲା । ପରେ ଯାତ୍ରୀମାନଙ୍କୁ ଦୁଇଟି ଡଙ୍ଗା ସାହାଯ୍ୟରେ ମତ୍ସଜୀବୀମାନେ ଉଦ୍ଧାର କରି ଜହ୍ନିକୁଦା ଘାଟରେ ପହଞ୍ଚାଇଥିଲେ ।

ସୂଚନା ଅନୁଯାୟୀ, ‘‘ପୁରୀର କୃଷ୍ଣପ୍ରସାଦା ବ୍ଲକ ସାତପଡ଼ା ଠାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ହଠାତ୍ ଅଧବାଟରେ ବନ୍ଦ ପଡିଯାଇଥିଲା । ଦୀର୍ଘ ଏକ ଅଧ ଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲା ଯାତ୍ରୀବାହୀ ଡଙ୍ଗା । ଫଳରେ ଡଙ୍ଗାରେ ଥିବା ୬୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ ବିପଦରେ ପଡିଯାଇଥିଲା । ପରେ ଖବର ପାଇ ଚିଲିକାରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ୨ଟି ଡଙ୍ଗା ମଧ୍ୟମରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ଯନ୍ତ୍ର ଚାଳିତ ଡଙ୍ଗାରେ ତ୍ରୁଟି ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଜଣାପଡିଛି ।

ଏହି ଯାତ୍ରୀବାହୀ ଡଙ୍ଗା ପ୍ରାୟ ୬୦ ଜଣରୁ ଉର୍ଦ୍ଧ୍ବ ଯାତ୍ରୀ ଓ ୨୫ଟି ବାଇକ୍‌ ନେଇ ସାତପଡ଼ାରୁ ଅପରାହ୍ନ 3.45 ମିନିଟରେ ଜହ୍ନିକୁଦା ଅଭିମୁଖେ ବାହାରିଥିଲା । ଏହି ଡଙ୍ଗାଟି ସାଢ଼େ ୪ଟାରେ ମହିଷା ଗାଁ ତଳି ଚିଲିକା ମଝିରେ ହଠାତ୍‌ ଅଟକି ଯାଇଥିଲା । ଡଙ୍ଗାରେ ଥିବା ମେସିନ ବନ୍ଦ ହୋଇଯିବାରୁ ଏହା ଆଗକୁ ବଢ଼ି ପାରିନଥିଲା । ଯାତ୍ରୀବାହୀ ଡଙ୍ଗା ହଠାତ୍‌ ବନ୍ଦ ହୋଇଯିବା ପରେ ଏଥିରେ ଥିବା ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ତେବେ ନିକଟ ଚିଲିକା ଜଳରାଶିରେ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ଲୋକଙ୍କର ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ପରେ‌ ସେମାନଙ୍କୁ ୨ଟି ଡଙ୍ଗା ମାଧ୍ୟମରେ ଉଦ୍ଧାର କରାଯାଇ ଜହ୍ନିକୁଦା ଘାଟରେ ସନ୍ଧ୍ୟା ୫ଟାରେ ପହଞ୍ଚା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ..ଚିଲିକା ମଝିରେ ବଜ୍ରାଘାତ, ଅକାଳରେ ଚାଲିଗଲା ବାପ ପୁଅଙ୍କ ଜୀବନ

ତେବେ ଏପରି ଘଟଣା ନୂଆ ନୁହେଁ । ଚିଲିକାରେ ବାରମ୍ବାର ଏହିଭଳି ଅଘଟଣ ଘଟୁଛି । ସାତପଡ଼ାରୁ ଜହ୍ନିକୁଦାକୁ ସ୍ଥାୟୀ ବ୍ରିଜର ବ୍ୟବସ୍ଥା ନଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ଜଳପଥରେ ଯାତ୍ରା କରୁଛନ୍ତି । ଏଭଳି ଅଘଟଣ ଅନେକ ଥର ଘଟିଥିବା ବେଳେ ପ୍ରଶାସନ କିନ୍ତୁ ଚେତୁ ନଥିବା ଅଭିଯୋଗ ହୋଇଛି । ସେପଟେ ଚିଲିକାରେ ଅସୁରକ୍ଷିତ ଭାବେ ଡଙ୍ଗା ଚାଳକ ମାନେ ଡଙ୍ଗାର କ୍ଷମତା ଠାରୁ ଅଧିକ ଯାତ୍ରୀ ନେଉଛନ୍ତି । ସେହିପରି ଯାତ୍ରୀଙ୍କ ପାଇଁ ଲାଇଫ ଜ୍ୟାକେଟ ମଧ୍ୟ ରଖୁନାହାନ୍ତି ଡଙ୍ଗା । ତେବେ ଆଜି ଯଦି କୌଣସି ଅଘଟଣ ଘଟିଥାନ୍ତା କିଏ ଦାୟୀ ରହିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ଇଟିଭି ଭାରତ, ପୁରୀ

For All Latest Updates

TAGGED:

chilika lake
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.