ବ୍ରହ୍ମଗିରି: ଚିଲିକା ମଝିରେ ଫସିଲା ଯାତ୍ରୀବାହି ଭସାପୋଲ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକା ମଝିରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଥିଲା । ଘନ କୁହୁଡ଼ି ଯୋଗୁଁ ଭସା ପୋଲଟି ଫସିରହିଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ: DoT Fest In Bhubaneswar: ଝୁମିଲା ରାଜଧାନୀ, ଗୀତରେ ମତୁଆଲା କଲେ ରନ୍ଧାୱା
ସୂଚନା ଅନୁଯାୟୀ, ସକାଳ 7ଟା 30 ସମୟରେ ଭସା ପୋଲଟି ଯାତ୍ରୀମାନଙ୍କୁ ନେଇ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିଛି ବାଟ ଯିବାପରେ ହଠାତ୍ ପାଣି ମଝିରେ ଫସିଯାଇଥିଲା । ଭସା ପୋଲ ଉପରେ 40ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବାବେଳେ ୧୫ଟି ବାଇକ ଓ ଗୋଟେ ଅଟୋ ରହିଥିଲା । ପ୍ରାୟ 50 ମିନିଟ ହେବ ଚିଲିକା ମଝିରେ ଫସି ରହିଥିଲା । ଭସାପୋଲ ଚ୍ୟାନେଲରୁ ଅନ୍ୟତ୍ର ଚାଲିଯିବା ଫଳରେ ମଝି ଚିଲିକାରେ ଫସି ରହିଥିଲା । ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା । କୁହୁଡ଼ି କମିବା ପରେ ଭସାପୋଲ ଟ୍ରାକକୁ ଆସି ନିଜ ଗନ୍ତବ୍ୟ ସ୍ଥଳରେ ଲାଗିଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ସମ୍ପ୍ରସାରଣ ହେବ ଅନୁଗୋଳ ଏନଏଚ୍-୫୩, ରାଜପଥକୁ ଦୁଇ ଲେନ୍ ବିଶିଷ୍ଟ କରିବାକୁ ୧୭୪ କୋଟି ମଞ୍ଜୁର
ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଯାତାୟାତରେ ଅନେକ ସମସ୍ୟା ଦେଖିବାକୁ ମିଳିଛି । ନିକଟରେ ମକର ମେଳା ପାଇଁ କିଛି ଶ୍ରଦ୍ଧାଳୁ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ । ଯିବା ସମୟରେ ହଠାତ୍ ଚିଲିକା ମଝିରେ ଡଙ୍ଗାଟି ଅଟକି ଯାଇଥିଲା । ଫଳରେ ଡଙ୍ଗାରେ ଥିବା ସମସ୍ତ ଶ୍ରଦ୍ଧାଳୁ ଭୟଭୀତ ହୋଇପଡ଼ିଥିଲେ ।
ଡଙ୍ଗାରେ ପ୍ରାୟ 25ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଥିଲେ । ଘଟ କୁହୁଡ଼ି କାରଣରୁ ଡଙ୍ଗାର ଗତି ଜଣାପଡ଼ିନଥିବାରୁ ପାଣିରେ କିଛି ସମୟ ଯାଏଁ ଫସି ରହିଥିଲା । ଏହାପରେ ଡଙ୍ଗାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ଚିଲିକା ମଝିରେ ଡଙ୍ଗା ଫସିବା ଘଟଣା ସାମ୍ନାକୁ ଆସିଛି । ଯାହା ଭକ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।
ଇଟିଭି ଭାରତ, ବ୍ରହ୍ମପୁର