ETV Bharat / state

ଶ୍ରୀକ୍ଷେତ୍ରରେ ପାର୍କିଂ ସମସ୍ୟା, ବେଆଇନ ପାର୍କିଂ ଆଦାୟରେ ଶ୍ରଦ୍ଧାଳୁ ହନ୍ତସନ୍ତ

author img

By

Published : Feb 9, 2023, 5:31 PM IST

ପୁରୀରେ ପାର୍କିଂ ଚିନ୍ତା । ଲୋକନାଥ ରୋଡରେ ଚାରିଚକିଆ ଯାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ନଥିବା ହେତୁ ଅସନ୍ତୁଷ୍ଟ ଶ୍ରଦ୍ଧାଳୁ । ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

Parking Problem in puri
Parking Problem in puri
ଶ୍ରୀକ୍ଷେତ୍ରରେ ପାର୍କିଂ ସମସ୍ୟା

ପୁରୀ: ଲୋକନାଥ ରୋଡରେ ଚାରିଚକିଆ ଯାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିର ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ରାସ୍ତା କଡ଼ରେ କରୁଛନ୍ତି ଗାଡ଼ି ପାର୍କିଂ । ତେବେ ରାସ୍ତା କଡ଼ରେ ଗାଡି ପାର୍କିଂ ନେଇ ଶନିବାର ଓ ରବିବାର ଟ୍ରାଫିକ ଅବସ୍ଥା ଅସମ୍ଭାଳ ହୋଇ ପଡ଼ୁଛି। ସେ ବଡଦାଣ୍ଡ ହେଉକି ଲୋକନାଥ ରୋଡ ସବୁଠି ଗାଡି ପାର୍କିଂ ନେଇ ନାନା ହଇରାଣ ହେଉଛନ୍ତି ଲୋକେ ।ଯାତାୟତକୁ ନେଇ ସ୍ଥାନୀୟ ବାସିନ୍ଦା, ଭକ୍ତ ଓ ପର୍ଯ୍ୟଟକ ନାହିଁ ନଥିବା କଲବଲ ହେଉଛନ୍ତି ।

ପୁରୀ ସହରରେ ଅନେକ ଉନ୍ନୟନ ପ୍ରକଳ୍ପ ଚାଲିଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଲୋକନାଥ ରୋଡରେ ପ୍ରଶାସନ ଗାଡ଼ି ପାର୍କିଂ ବ୍ୟବସ୍ଥା ନକରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ନଥିବାରୁ କିଛି ଅସାମାଜିକ ବ୍ୟକ୍ତିଙ୍କୁ ଏହାର ଫାଇଦା ଉଠାଉଛନ୍ତି । ରାସ୍ତା କଡରେ ଗାଡ଼ି ପାର୍କିଂ କରୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କଠାରୁ ବିନା କୌଣସି ରସିଦରେ ଜୋର୍ ଜବରଦସ୍ତ ପାର୍କିଂ ପାଇଁ ଟଙ୍କା ଆଦାୟ କରୁଛନ୍ତି । ଏହାର ପ୍ରତିବାଦ କଲେ ଦୁର୍ବ୍ୟବହାର ଓ ଆକ୍ରମଣର ଶିକାର ହେଉଛନ୍ତି ଭକ୍ତ ଓ ପର୍ଯ୍ୟଟକ । ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସହଜ ହେବ ଶ୍ରୀକ୍ଷେତ୍ର ଧାମ ଯାତ୍ରା, ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ ପାଇଁ ସ୍ଥିତି ଅନୁଧ୍ୟାନ କଲା AAI ଟିମ୍

ପୂର୍ବରୁ ପୁରୁଣା ବାସେଳୀ ସାହୀ ଥାନା ସମ୍ମୁଖ ବାରବାଟି ଜାଗାରେ ଭକ୍ତମାନେ ଗାଡି ପାର୍କିଂ କରୁଥିଲେ । ହେଲେ କିଛି ବିବାଦ ଯୋଗୁଁ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନେ ରାସ୍ତା କଡରେ ଗାଡି ପାର୍କିଂ କରି ଶୋଷଣର ଶିକାର ହେଉଛନ୍ତି । ତେବେ ପୁରୁଣା ବାସେଳି ସାହୀ ଥାନା ପରିସର ବା ବାରବାଟି ଜାଗାରେ ଚାରି ଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ପୁରୀ ସହରରେ ପାର୍କିଂ ସ୍ଥଳ ଗୁଡିକ ନିର୍ମାଣ ଚାଲିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ଖୁବଶୀଘ୍ର ଏହାର ସମାଧାନ କରାଯିବ ।"

ପୁରୀ ମଙ୍ଗଳା ଘାଟ ବାଇପାସ୍ ଦେଇ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି । ହେଲେ ପାର୍କିଂ ଅବ୍ୟବସ୍ଥା ନେଇ ଭକ୍ତ ଓ ପର୍ଯ୍ୟଟକ କଲବଲ ହେଉଥିବା ବେଳେ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକତା ରହିଛି । ତେବେ ଏହି ସବୁ ଭିତରେ କେବେ କରାଯିବ ସମାଧାନ ଓ କେବେ ପାର୍କିଂ ବ୍ୟବସ୍ଥାରୁ ମୁକ୍ତି ପାଇବେ ଭକ୍ତ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.