ETV Bharat / state

ପଙ୍କ ଉଦ୍ଧାର ଏକାଦଶୀ, ଲୋକନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Feb 19, 2020, 4:14 PM IST

ବାବା ଲୋକନାଥଙ୍କ ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ରାତ୍ର 2 ଟାରୁ ଦ୍ବାର ଫିଟା ହୋଇଥିବାବେଳେ ଆଳତି, ଅବକାଶ ଆଦି ବିଭିନ୍ନ ନୀତିକାନ୍ତି ହୋଇଛି । ଆଗକୁ ପଢନ୍ତୁ...

pankodhar-ekadasi-in-lokanatha-temle-puri

ପୁରୀ: ବାବା ଲୋକନାଥଙ୍କ ଆଜି (ବୁଧବାର) ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ । ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ରାତ୍ର 2 ଟାରୁ ଦ୍ବାର ଫିଟା ହୋଇ ଆଳତି, ଅବକାଶ ଆଦି ବିଭିନ୍ନ ନୀତିକାନ୍ତି ଓ ବଢି ସକାଳ ଧୂପ ପରେ ବାବା ଲୋକନାଥଙ୍କର ପଙ୍କ ଉଦ୍ଧାର ନୀତି ଅନୁଷ୍ଠିତ କରାଯାଇଛି ।

ପଙ୍କ ଉଦ୍ଧାର ଏକାଦଶୀ, ଲୋକନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ମହାଦେବଙ୍କ ମାଘ ସ୍ନାନ ପରେ ଅପରାହ୍ଣରୁ ସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଛି । ଶାନ୍ତି ଶୃଙ୍ଖଳାରେ ଦର୍ଶନ ନେଇ ବ୍ୟାରିକେଡ ବ୍ୟବସ୍ଥା ସହ ପୋଲିସ ବାହିନୀ ମଧ୍ୟ ମୁତୟନ କରାଯାଇଛି । ତେବେ ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ପ୍ରଥମେ ବାବା ଲୋକନାଥଙ୍କ ଦର୍ଶନ ପାଇଥିବା ହେତୁ ଆଜିର ଦିନରେ ହିଁ ଭକ୍ତ ମାନେ କେବଳ ଗୋଟିଏ ଦିନ ବାବା ଲୋକନାଥଙ୍କ ଦର୍ଶନ ପାଇଥାନ୍ତି ।

ବର୍ଷରେ କେବଳ ଗୋଟିଏ ଦିନ ପଙ୍କ ଉଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ମିଳିବାର ସୁଯୋଗ ଥିବାରୁ ହଜାର ହଜାର ଭକ୍ତଙ୍କ ଆଜି ଭିଡ଼ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.