ETV Bharat / state

ପଙ୍କୋଦ୍ଧାର ଏକାଦଶୀ, ପ୍ରଭୁ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ

author img

By

Published : Mar 9, 2021, 2:03 PM IST

ବର୍ଷକ ମଧ୍ୟରେ ଆଜିଠାରୁ 3 ଦିନ ପ୍ରଭୁ ଦର୍ଶନ ଦେବାର ପରମ୍ପରାକୁ ନେଇ ସକାଳ 8ଟାରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ...

ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ସମାଗମ

ପୁରୀ: ଆଜି ପଙ୍କୋଦ୍ଧାର ଏକାଦଶୀ । ଆଉ ଗୋଟିେ ଦିନ ପରେ ପାଳିତ ହେବ ଦେବଦେବ ମହାଦେବଙ୍କ ଜାଗର ଯାତ୍ରା । ଆଉ ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠରେ ଆଜି ପାଳିତ ହେଉଛି ପଙ୍କୋଦ୍ଧାର ଏକାଦଶୀ ।

ଆଜି ଅନୁଷ୍ଠିତ ହେଉଥିବା ପଙ୍କୋଦ୍ଧାର ଏକାଦଶୀରେ ବାବା ଲୋକନାଥଙ୍କ ଗମ୍ଭୀରାରୁ ଏହି ପଙ୍କୋଦ୍ଧାର କାର୍ଯ୍ୟ ହୋଇଥାଏ। ଶ୍ରୀକ୍ଷେତ୍ରବାସୀଙ୍କ ଆରାଧ୍ୟଦେବତା ଶ୍ରୀଲୋକନାଥଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରେ ପ୍ରମୁଖ ଉତ୍ସବ ହେଉଛି ଜାଗର ଯାତ୍ରା । ଜାଗର ଯାତ୍ରାର ଅବ୍ୟବହିତ ପୂର୍ବରୁ ଆଜି ପାଳିତ ହେଉଛି ପଙ୍କୋଦ୍ଧାର ଏକାଦଶୀ । ବର୍ଷସାରା ମହାପ୍ରଭୁ ଲୋକନାଥ ପାଣି ଭିତରେ ବୁଡି ରହିଥିବା ବେଳେ ଆଜି ଗୋଟିଏ ଦିନ ହିଁ ଦର୍ଶନ ଦେଇଥାନ୍ତି ଭକ୍ତମାନଙ୍କୁ । ସେଥିପାଇଁ ବର୍ଷେକାଳ ଗମ୍ଭୀରାରେ ପଡିଥିବା ଫୁଲ , ବେଲପତ୍ର ଓ ପଙ୍କ ଆଦିକୁ ଜାଗର ପୂର୍ବ ଏକାଦଶୀ ଦିନ କଢାଯାଇଥାଏ । ତେଣୁ ଏହି ଏକାଦଶୀକୁ ଭକ୍ତମାନେ ପଙ୍କୋଧାର ଏକାଦଶୀ ବୋଲି କହିଥାନ୍ତି । ପ୍ରଭୁଙ୍କ ଗମ୍ଭୀରାରୁ ଏହି ପଙ୍କୋଦ୍ଧାର କାର୍ଯ୍ୟରେ ଶ୍ରଦ୍ଧାର ସହ ସାମିଲ ହୁଅନ୍ତି ଅନେକ ଭକ୍ତ ।

ଆଜି ପଙ୍କୋଦ୍ଧାର ପାଇଁ ରାତ୍ର 2ଟାରୁ ବାବା ଲୋକନାଥଙ୍କ ନୀତି ଆରମ୍ଭ ହୋଇଥିବାବେଳେ ସାଢେ 6ଟାରେ ପଙ୍କୋଦ୍ଧାର ଆରମ୍ଭ ହୋଇଥିଲା । ବର୍ଷକ ମଧ୍ୟରେ ଆଜିଠାରୁ 3 ଦିନ ପ୍ରଭୁ ଦର୍ଶନ ଦେବାର ପରମ୍ପରାକୁ ନେଇ ସକାଳ 8ଟାରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି । ସେହିପରି ଗୁରୁବାର ଦିନ ପାଳିତ ହେବ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା । ଏହି ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଭିତରେ ଭକ୍ତ କିଭଳି ଲୋକନାଥଙ୍କ ଦର୍ଶନ ପାଇଁ ପ୍ରଶାସନ ଓ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ନିତୀ ନିର୍ଘଣ୍ଟ ଓ ବ୍ୟବସ୍ଥା କରାଯାଇଛି ।

ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.