ETV Bharat / state

ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି, ବାବାଙ୍କୁ ପ୍ରତ୍ୟକ୍ଷ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀରେ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି । ପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

author img

By

Published : Feb 16, 2023, 3:44 PM IST

ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି
pankauddhar ritual of lokanath
pankauddhar ritual of lokanath

ପୁରୀ: ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ନୀତି ସମ୍ପର୍ଣ୍ଣ ହୋଇଛି । ନୀତିନିର୍ଘଣ୍ଟ ଅନୁସାରେ ଗତକାଲି ମଧ୍ୟରାତ୍ରରୁ ମହାପ୍ରଭୁଙ୍କ ନିକଟରେ ଦ୍ବାରଫିଟା ନୀତି ସହ ଅନ୍ୟାନ୍ୟ ନୀତି ବଢିଥିଲା । ଗମ୍ଭୀରାରେ ବର୍ଷ ତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ ଆଦି ପଞ୍ଚାମୃତ ପଡି ପଙ୍କ ସଦୃଶ ସୃଷ୍ଟି ହୋଇଥାଏ । ପ୍ରଭୁ ଶ୍ରୀଲୋକନାଥ ପଞ୍ଚାମୃତରେ ବୁଡିକି ରହିଥିବା ବେଳେ ଆଜିର ତିଥିରେ ଗମ୍ଭୀରା ମଧ୍ୟରୁ ଭକ୍ତ ଓ ସେବକମାନେ ମିଶି ପଙ୍କୋଦ୍ଧାର କରିବା ପରେ ଭକ୍ତମାନେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି ।

ଭକ୍ତମାନେ ତାଙ୍କ ମନସ୍କାମନା ରହିଥାଏ ପଙ୍କୋଦ୍ଧାର ପରେ ମହାପ୍ରଭୁଙ୍କ ଦର୍ଶନ କରି ଗୁହାରୀ କରିଥାନ୍ତି । ପୁଣି ମହାପ୍ରଭୁ ପଞ୍ଚାମୃତରେ ବୁଡିଯାଇଥାନ୍ତି । ତେବେ ଶ୍ରୀଲୋକନାଥ ପୀଠରେ ଜାଗର ଯାତ୍ରା ପଙ୍କୋଦ୍ଧାର ଏକାଦଶୀ ଠାରୁ ପାଳନ କରାଯାଇଥାଏ ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ବା ମନ୍ଦିରରେ ପଙ୍କୋଦ୍ଧାର ସ୍ବତନ୍ତ୍ର ରୀତି ନୀତି ନାହିଁ । ଶ୍ରୀଲୋକନାଥ ହେଉଛନ୍ତି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ରକ୍ଷକ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ବତନ୍ତ୍ର ନୀତି କରାଯାଇଥାଏ। ଭକ୍ତମାନେ ଲୋକନାଥ ମନ୍ଦିରର ଗମ୍ଭୀରା ଭିତରକୁ ଯାଇ ପ୍ରଭୁଙ୍କର ଦିବ୍ୟ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି।

ଏହା ବି ପଢନ୍ତୁ...୨୩ରେ ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କିମ୍ବଦନ୍ତୀ ଅନୁସାରେ ଶ୍ରୀଲୋକନାଥ ଦେବ ମନ୍ଦିର ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ଯୁଗଯୁଗ ଧରି ଭକ୍ତମାନେ ଶ୍ରୀଲୋକନାଥଙ୍କ ପିଠକୁ ଆସିଥାନ୍ତି। ନିଜର ମାନସିକ ପାଇଁ ଅଧିଆ ପଡନ୍ତି। ଆଉ ବିଶ୍ବାସ ରହିଛି ଭକ୍ତ ମାନଙ୍କର ମାନସିକ ପୁରଣ ହୋଇଥାଏ। ଏଠାରେ ଚୁଡାଘଷା ଭୋଗ ଲାଗି ହେବାର ପରମ୍ପରା ରହିଛି। ସେପଟେ ସମାଜ କଲ୍ୟାଣ ପାଇଁ ଆଜିଠାରୁ ତିନିଦିନ ଧରି ପାର୍ବତୀ ପୁଷ୍କରିଣୀ କୂଳରେ ମହାଦୀପ ଜଳିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ପଙ୍କୋଦ୍ଧାର ଏକାଦଶୀରେ ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦୁଇଜଣ ଅତିରିକ୍ତ ଏସପି, 6ଜଣ ଡିଏସପି ମନ୍ଦିର ପରିସର ଓ ବାହାରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିବା ବେଳେ 8ଜଣ ଇନିସପେକ୍ଟର ଓ 6 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ । ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ବାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ତା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.