ETV Bharat / state

ପୁରୀ ଜିଲ୍ଲାରେ ବୁଲିବ କୃଷକ ସଚେତନତା ରଥ, ଶୁଭାରମ୍ଭ କଲେ ଜିଲ୍ଲାପାଳ - ପୁରୀର ସମସ୍ତ ବ୍ଳକ୍ ଭ୍ରମଣ କରିବ କୃଷକ ସଚେତନତା ରଥ

ପୁରୀ ଜିଲ୍ଲା କୃଷକ ଙ୍କୁ ସଚେତନତା ପାଇଁ ପୁରୀରେ ବୁଲିବ କୃଷକ ସଚେତନତା ରଥ । ପୁରୀ ଜିଲ୍ଲାର ସମସ୍ତ ବ୍ଳକ୍ ରେ ଭ୍ରମଣ କରିବ କୃଷକ ସଚେତନତା ରଥ । ସଚେତନତା ରଥକୁ ଜିଲ୍ଲାପାଳ ପତାକା ଦେଖାଇ ଉଦଘାଟନ କଲେ ସମର୍ଥ ବର୍ମା । ଅଧିକ ପଢ଼ନ୍ତୁ

କୃଷକ ସଚେତନତା ରଥ, ଶୁଭାରମ୍ଭ କଲେ ଜିଲ୍ଲାପାଳ
କୃଷକ ସଚେତନତା ରଥ, ଶୁଭାରମ୍ଭ କଲେ ଜିଲ୍ଲାପାଳ
author img

By

Published : Feb 5, 2023, 8:58 PM IST

କୃଷକ ସଚେତନତା ରଥ, ଶୁଭାରମ୍ଭ କଲେ ଜିଲ୍ଲାପାଳ

ପୁରୀ: କୃଷକଙ୍କ ସଚେତନତା ପାଇଁ ଏକ ସଚେତନତା ରଥ ଉଦଘାଟିତ ହୋଇଛି । ପୁରୀ ଜିଲ୍ଲାରେ ଜଳର ସଠିକ ପରିଚାଳନା ଓ ସୁବିନିଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତ ବୁଲି ସଦସ୍ୟ ଓ ସମସ୍ତ କୃଷକ ମାନଙ୍କୁ ପାଣିର ଉପଯୋଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବ । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଇଛି ।

ସହଭାଗି ଜଳସେଚନ ମାଧ୍ୟମରେ ତୃଣମୂଳ ସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ପରିପ୍ରେକ୍ଷୀରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥାଏ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଉପ ନିର୍ବାହୀ ଯନ୍ତ୍ରୀ ଭାଗବତ ମଲ୍ଲିକ, ପ୍ରଦୀପ କୁମାର ପାତ୍ର, ସନାତନ ପ୍ରଧାନ, ତନୁଜ କୁମାର ରାଉତ, ହିମାଂଶୁ ଶେଖର ଜେନା, ଶତାବ୍ଦୀ ଚୌଧୁରୀ, ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ର, ଶିଶିରକାନ୍ତ ସାହୁ, ବିଜୟ କୁମାର ମିଶ୍ର, ବିଚିତ୍ରା ନନ୍ଦ ମାଝି, ସୁଶାନ୍ତ କୁମାର ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ଫେବୃଆରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯଉଛି । ଏଥିପାଇଁ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ହୋଇଛି ।

ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ଆଦି ପରିପ୍ରେକ୍ଷୀରେ ଏହି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଏ । ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖରେ ସମସ୍ତ ଡିଭିଜନ ସ୍ତରରେ, ଫେବୃଆରୀ ୮ରେ ସମସ୍ତ ଜିଲ୍ଲା ଏବଂ ଫେବୃଆରୀ ୧୫ରେ ରାଜ୍ୟସ୍ତରରେ ଏହିପରି ୩ଟି ସ୍ତରରେ ପାଳନ କରାଯିବ । ପାଣି ପଞ୍ଚାୟତର ଭୂମିକା ସମ୍ପର୍କରେ ବାର୍ତ୍ତା ନେଇ ସଚେତନତା ରଥସବୁ ପରିକ୍ରମା କରିବ। ପୁରୀ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ରଞ୍ଜନ କୁମାର ଗାଙ୍ଗୁଲି ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ସୁନ୍ଦର ବାଲୁକା କଳାକୃତି ନିର୍ମାଣ କରିଛନ୍ତି । ଜିଲ୍ଲାର ଚାଷୀ ଭାଇଙ୍କୁ ପାଣି ପଞ୍ଚାୟତ ପକ୍ଷ ସମ୍ପର୍କରେ ସଚେତନ କରାଇବା ସହ କେନାଲ ମାଧ୍ୟମରେ ଜଳସେଚନ, ଜଳର ଅପବ୍ୟବହାର ରୋକିବା ସମ୍ପର୍କରେ ସଚେତନ କରିଛନ୍ତି । ସହଭାଗି ଜଳସେଚନ ମାଧ୍ୟମରେ ତୃଣମୂଳ ସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏହି ବାଲୁକା ଚିତ୍ରକଳା ଓ ପାଣି ପଞ୍ଚାୟତ ରଥ ସହାୟକ ହେବ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.