ETV Bharat / state

ବାଦ୍ୟବିନୋଦ ପଣ୍ଡିତ ଉମେଶ କରଙ୍କ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ - ଭାରତୀୟ ସଂଗୀତ ଜଗତର ଚର୍ଚ୍ଚିତ ବାଦ୍ୟଗୁରୁ

ଭାରତୀୟ ସଂଗୀତ ଜଗତର ଚର୍ଚ୍ଚିତ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଶେଷ କୃତ୍ୟ ଆଜି ଅପରାହ୍ନ ରେ ପୁରୀ ସ୍ବର୍ଗଦ୍ବାର ଠାରେ ସଂପନ୍ନ ହୋଇଛି । ଅଧିକ ପଢନ୍ତୁ

ବାଦ୍ୟବିନୋଦ ପଣ୍ଡିତ ଉମେଶ କରଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ

author img

By

Published : Dec 8, 2022, 11:10 PM IST

ପୁରୀ: ବାଦ୍ୟବିନୋଦ ପଣ୍ଡିତ ଉମେଶ କରଙ୍କ ପୁରୀ ସ୍ବର୍ଗଦ୍ବାର ରେ ଶେଷକୃତ୍ୟ ସଂପନ୍ନ। ଭାରତୀୟ ସଂଗୀତ ଜଗତର ଚର୍ଚ୍ଚିତ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଶେଷ କୃତ୍ୟ ଆଜି ଅପରାହ୍ନ ରେ ପୁରୀ ସ୍ବର୍ଗଦ୍ବାର ଠାରେ ସଂପନ୍ନ ହୋଇଛି ।

୭୪ବର୍ଷୀୟ ସ୍ବର୍ଗତ କର ଭାରତ ବର୍ଷର ଅନନ୍ୟ ଶାସ୍ତ୍ରୀୟ ବାଦ୍ୟଗୁରୁ ଭାବେ ଅନେକ ବିଦେଶ ରାଷ୍ଟ୍ର ରେ ଭାରତର ସୁନାମ ଆଣିଥିଲେ। ପୁରୀ ଦୋଳମଣ୍ଡପ ସାହିରେ ବାଦ୍ୟଗୁରୁ କ୍ଷେତ୍ରମୋହନ କର ଙ୍କ ସୁପୁତ୍ର ତଥା ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଭାଇ ସ୍ବର୍ଗତ କରଙ୍କ ମରଶରୀର ପୁରୀ ସ୍ବର୍ଗଦ୍ବାର ରେ ପହଞ୍ଚିଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସି ବିଚ୍ ଥାନା ଆଇଆଇସି ଚିନ୍ମୟ ରାଉତ ଶଵାଧାରରେ ମାଲ୍ୟାର୍ପଣ କରିଥିଲେ ।

ବାଦ୍ୟବିନୋଦ ପଣ୍ଡିତ ଉମେଶ କରଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ

ଏହାଛଡା ପରେ ଗୀତିକାର ବଦ୍ରି ମିଶ୍ର, କଣ୍ଠଶିଳ୍ପୀ ନିମାକାନ୍ତ ରାଉତରାୟ, ନଳିନୀକାନ୍ତ ନାୟକ, ଉମାବଲ୍ଲଭ ମହାପାତ୍ର, ସୀତା ବଲ୍ଲଭ ମହାପାତ୍ର, ରମାଦେବୀ ସଂଗୀତ ବିଭାଗର ପ୍ରଫେସର ଡକ୍ଟର ସୁଶିଲ ପଟ୍ଟନାୟକ, ଅଭିନେତା ଚନ୍ଦନ ପଣ୍ଡା, ବାଦ୍ୟ ଶିଳ୍ପୀ ସୁରେଶ ବେହେରା, ରାଜକୁମାର ରଥ, ବାସୁଦେବ ଛାଟୋଇ ପ୍ରମୁଖ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।

ସରକାରଙ୍କ ପକ୍ଷରୁ ସ୍ବର୍ଗତ କରଙ୍କ ଉଦ୍ଦେଶ୍ୟରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଶବସଂସ୍କାର ରେ ପୁତ୍ର ଅନିଷ କୁମାର କର ମୁଖାଗ୍ନି ଦେଇଥିବା ବେଳେ ସଂଗୀତ ଜଗତର ରଙ୍କନିଧି ପ୍ରଧାନ, ସୂର୍ଯ୍ୟ ଦିପ୍ତ କର, ସୂର୍ଯ୍ୟ ସ୍ନାତ କର, ବିନୋଦ ରାଉତ, ସମରେନ୍ଦ୍ର ନାୟକ, ତାପସ ସାହୁ, ଶୁଭକାନ୍ତ ସାହୁ, ସ୍ନେହାଶିଷ ପଟ୍ଟନାୟକ, ସତ୍ୟବ୍ରତ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.