ETV Bharat / state

ଆଜିଠୁ ଆରମ୍ଭ ପଞ୍ଚୁକ, ଉତ୍ସବମୁଖର ପୁରୀରୁ ପୁରପଲ୍ଲୀ - ପୁରୀରେ ପଞ୍ଚୁକ

ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଏହି ପଞ୍ଚୁକ 5ଦିନ ନିଷ୍ଠାପର ସହିତ ପାଳନ କଲେ ଅନନ୍ତ ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ । କାର୍ତ୍ତିକର ଏହି ପାଞ୍ଚଦିନକୁ ଯପ ତପ ଧ୍ୟାନରେ କାଟିଲେ ମିଳିଥାଏ କୋଟି ପୁଣ୍ୟ ।

panchuk
author img

By

Published : Nov 8, 2019, 9:06 AM IST

Updated : Nov 8, 2019, 9:56 AM IST

ପୁରୀ: ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ। ଆଜିର ଦିନରେ ଶ୍ରୀମନ୍ଦିରରେ ପାଳନ ହେଉଛି ହରି ଉଥାପନ ଏକାଦଶୀ। ଏହି ଅବସରରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଏଣୁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି। ଯାହାକୁ ନେଇ ଶ୍ରୀକ୍ଷେତ୍ର ଆଜି ଚଳଚଞ୍ଚଳ ।

ଆରମ୍ଭ ହେଲା ପଞ୍ଚୁକ ବ୍ରତ, ମହାପ୍ରଭୁଙ୍କ ଲକ୍ଷ୍ନୀନାରାୟଣ ବେଶ

ଆଜି ଅବକାଶ ନୀତି ପରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ବେଶ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ଅନୁଷ୍ଠିତ ହୋଇଥାଏ। ବିଶ୍ଵାସ ରହିଛି ଏହି ବେଶ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ତେବେ ପଞ୍ଚୁକ ବ୍ରତକୁ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ରାଜ୍ୟ ତଥା ରାଜ୍ୟ ବାହାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଛି। ଶୃଙ୍ଖଳିତ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ବାର ଠାରୁ ଶ୍ରୀନଅର ଯାଏଁ ବ୍ୟାରିକେଟ କରାଯାଇଛି। ଭକ୍ତମାନେ ବ୍ୟାରିକେଟ ଦେଇ ମନ୍ଦିରକୁ ପ୍ରବେଶ କରୁ ଛନ୍ତି। ସେହିପରି ବାଇଶି ପାହାଚ ,କୀର୍ତ୍ତନ ଚକଡା ଓ ପରେ ମନ୍ଦିର ଭିତରେ ବ୍ୟାପକ ପୋଲିସ ମୁତୟତ ରହି ଭକ୍ତଙ୍କୁ ନିୟନ୍ତ୍ରଣ କରୁଛନ୍ତି।

panchuk
ଲକ୍ଷ୍ମୀନାରାୟଣ ବେଶ

ପଞ୍ଚୁକ ଅବସରରେ 30 ପ୍ଲାଟୁନ ପୋଲିସ ଫୋର୍ସ ଉଭୟ ମନ୍ଦିର ଭିତରେ ଓ ବାହାରେ ମୁତୟତ ରହିବେ। ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆରମ୍ଭ ହେଲା ପଞ୍ଚକ ବ୍ରତBody:ଆଜି ଠାରୁ ଶ୍ରୀକ୍ଷେତ୍ର ରେ ଆରଂଭ ହୋଇଛି ପବିତ୍ର ପଂଚୁକ ବ୍ରତ। ଆଜିର ଦିନରେ ମଧ୍ୟ ଶ୍ରୀମନ୍ଦିର ରେ ମଧ୍ୟ ପାଳନ ହେଉଚି ହରି ଉଥାପନ ଏକାଦଶୀ। ଏହି ଅବସର ରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇ ଥାଏ। ଏଣୁ ଶ୍ରୀକ୍ଷେତ୍ର କୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିବା ଆରମ୍ଭ ହୋଇଚି। ଶ୍ରୀକ୍ଷେତ୍ର ଚଳଚଂଚଳ। କାର୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଯେଉଁ ମାନେ କାର୍ତିକ ବ୍ରତ କରି ପାରି ନାହାଁନ୍ତ ପଂଚୁକ ପାଞ୍ଚ ଦିନ ନିଷ୍ଠାପର ସହିତ ବ୍ରତ ପାଳନ କଲେ ଅନନ୍ତ ପୁଣ୍ୟ ମିଳିଥାଏ। କାର୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପଞ୍ଚକ ବ୍ରତ ପାଳନ କରାଯାଏ। ଆଜି ଅବକାଶ ନୀତି ପରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ବେଶ ଲକ୍ଷ୍ମୀ ନାରାୟଣ ବେଶ ବା ଠିଆ କିଆ ବେଶ ଅନୁଷ୍ଠିତ ହୋଇଥାଏ। ବିଶ୍ଵାସ ରହିଛି ଏହି ବେଶ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ପଞ୍ଚକ ବ୍ରତ କୁ ନେଇ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ରାଜ୍ୟ ତଥା ରାଜ୍ୟ ବାହାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ହୋଇଛି। ତେବେ ଶୃଂଖଳିତ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ସିଂହ ଦ୍ୱାର ଠାରୁ ଶ୍ରୀନଅର ଯାଏଁ ବ୍ୟାରିକେଡ କରାଯାଇଛି। ଭକ୍ତ ମାନେ ବ୍ୟାରିକେଡ ଦେଇ ମନ୍ଦିର କୁ ପ୍ରବେଶ କରୁ ଛନ୍ତି। ସେହିପରି ବାଇଶି ପାହାଚ । କୀର୍ତ୍ତନ ଚକଡ଼ା ଓ ପରେ ମନ୍ଦିର ଭିତରେ ବ୍ୟାପକ ପୋଲିସ ମୁତୟତ ରହି ଭକ୍ତ ଙ୍କୁ ନିୟନ୍ତ୍ରଣ କରୁଛନ୍ତି। ତେବେ ପୁରି ଏସପି ଙ୍କ ସୂଚନା ଅନୁଯାୟୀ 30 ପ୍ଲାଟୁନ ପୋଲିସ ଫୋର୍ସ ଉଭୟ ମନ୍ଦିର ଭିତରେ ଓ ବାହାରେ ପଂଚୁକ ପାଇଁ ମୁତୟତ ରହିବେ। ଶହେ ଜଣ ପୋଲିସ ଅଫିସର ନିୟୋଜିତ ହୋଇ ଛନ୍ତି। ଶୁକ୍ରବାର ବାର ଠାରୁ ମହାପଞ୍ଚକ ଆରମ୍ଭ ହୋଇ ବେଳେ ଅବକାଶ ନୀତି ପରେ ବିଭିନ୍ନ ଏହି ଚିତା କର୍ଷକ ବେଶ ଅନୁଷ୍ଠିତ ହୋଇ ଥାଏ। ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସୁନା ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଙ୍କ ଦର୍ଶନ ପାଇ ଓ ମହାପ୍ରସାଦ ପାଇ ଭକ୍ତ କୃତାର୍ଥ ହେଉଛନ୍ତି।

ବାଇଟ 1,, ନରେସ ଦାସ ,, ଜଗନ୍ନାଥ ସଂସ୍କୃତି ଗବେଷକ।
2,, ଉମାସଙ୍କର ଦାସ , ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Conclusion:
Last Updated : Nov 8, 2019, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.