ETV Bharat / state

ପୁରୀରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

author img

By

Published : Mar 5, 2021, 7:15 PM IST

ପୁରୀରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ । କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ହେଲା ଆଲୋଚନା । ଅଧିକ ପଢନ୍ତୁ....

ପୁରୀରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ
ପୁରୀରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ପୁରୀ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ପାଳିତ ହୋଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନିତିରଞ୍ଜନ ସେନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି । ଡେପୁଟି କଲେକ୍ଟର ସୁମନ୍ତ କର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବି ନାରାୟଣ ଶତପଥି, ଶ୍ରୀ ଗୁରୁକୃପା ଆଶ୍ରମର ସ୍ବାମୀ ସତ୍ୟାନନ୍ଦ ଦାସ ମହାରାଜ ପ୍ରମୁଖ ସମ୍ମାନିତ ଅତିଥି ଏବଂ ପ୍ରାକ୍ତନ ପ୍ରାଧ୍ୟାପକ ଡଃ କୌଳାଶ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ବା ଆଜିର ଦିନକୁ ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ପଟ୍ଟନାୟକଙ୍କ ଜୀବନ ଦର୍ଶନ, ସଂଗ୍ରାମ, ସାହସିକତା, ତ୍ୟାଗ ଓ ଓଡିଆ ଜାତି ପ୍ରତି ଥିବା ଅବଦାନ ସମ୍ପର୍କରେ କାର୍ଯ୍ୟକ୍ରମରେ ଅତିଥିମାନେ ଆଲୋକପାତ କରିଛନ୍ତି । କ୍ଷମତାର ବିକେନ୍ଦ୍ରୀକରଣ ସହ ତୃଣମୂଳ ସ୍ତରରୁ ବିକାଶକୁ ତ୍ବରାନ୍ବିତ କରିବା ଉପରେ ବିଜୁ ପଟ୍ଟନାୟକ ଗୁରୁତ୍ବାରୋପ କରୁଥିଲେ । ପଞ୍ଚାୟତ ସ୍ତରରୁ ଆଜି ଯେଉଁ ବିକାଶ ପ୍ରକ୍ରିୟା ଜାରି ରହିଛି ତାହା ଆଜି ବିଜୁ ବାବୁଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତ୍ୟାଗ ସମ୍ପର୍କରେ ମନ୍ତବ୍ୟ ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.