ETV Bharat / state

ବିଶ୍ବ ରେଡିଓ ଦିବସ: ଦିଆସିଲି କାଠିରେ ପାନାସୋନିକ ରେଡିଓ ତିଆରି କଲେ ଛାତ୍ର

ବିଶ୍ବ ରେଡିଓ ଦିବସ ଅବସରରେ ଦିଆସିଲି କାଠିରେ ଛାତ୍ରଙ୍କ ନିଆରା କଳାକୃତି । ଦିଆସିଲି କାଠିରେ ତିଆରି କଲେ ପାନାସୋନିକ ରେଡିଓ । ଅଧିକ ପଢନ୍ତୁ...

author img

By

Published : Feb 13, 2021, 7:46 PM IST

ଦିଆସିଲି କାଠିରେ ପାନାସୋନିକ ରେଡିଓ ତିଆରି କଲେ ଛାତ୍ର

ପୁରୀ: ଦିଆସିଲି କାଠିରେ ଛାତ୍ରଙ୍କ ଅଦ୍ଭୁତ କଳାକୃତି । ଶନିବାର ବିଶ୍ବ ରେଡିଓ ଦିବସ ଅବସରରେ ପୁରୀର ଶାଶ୍ବତ ରଞ୍ଜନ ସାହୁ ନାମକ ଏକ ଛାତ୍ର ଦିଆସିଲି କାଠି ବ୍ୟବହାର କରି 1980 ମସିହାର ପାନାସୋନିକ ରେଡିଓର ଏକ ପ୍ରତିକୃତି ତିଆରି କରିଛନ୍ତି । ଏହି ନିର୍ମାଣ ପାଇଁ ତାଙ୍କୁ ମୋଟ 4 ଦିନ ସମୟ ଲାଗିଛି ଏବଂ ଏଥିରେ 3 ହଜାର 130ଟି କାଠି ବ୍ୟବହୃତ ହୋଇଥିବା ସେ ପ୍ରକାଶ କରିଛନ୍ତି ।

18 ବର୍ଷୀୟ ଶାଶ୍ବତ +3 ପ୍ରଥମ ବର୍ଷର ଛାତ୍ର ଅଟନ୍ତି । ଦିଆସିଲ କାଠିରେ ଏହି ନିଆରା କଳାକୃତି ତିଆରି କରି 'ମୁଁ ସମସ୍ତ ରେଡିଓ ପ୍ରୋଗ୍ରାମକୁ ସମର୍ଥନ କରେ ଏବଂ ନିୟମିତ ଭାବରେ ରେଡିଓ କାର୍ଯ୍ୟକ୍ରମ ଶୁଣିବାକୁ ଲୋକଙ୍କୁ ଅନୁରୋଧ କରେ' ବୋଲି କହିଛନ୍ତି ଛାତ୍ର ଶାଶ୍ବତ ।

ରେଡିଓ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ରେଡିଓ ମାଧ୍ୟମରେ ସୂଚନା ଉପଲବ୍ଧ କରାଇବା ପାଇଁ ପ୍ରତ୍ୟେକ ବର୍ଷ ବିଶ୍ବ ରେଡିଓ ଦିବସ ପାଳନ କରାଯାଏ । ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ଖୁବ ଲୋକପ୍ରିୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.