ବ୍ରହ୍ମଗିରି: ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ପଣସପଦା ହରିହର ନୋଡାଲ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଉପରେ ଆଲୋଚନା କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼ କୁମରବର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁ ଜ୍ଞାନ ଦେଇଥିଲେ । ପରିଶେଷରେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ନଦେଇ ଚାଲିଯାଇଥିଲେ । ଶ୍ରୀମନ୍ଦିର ପ୍ରସଙ୍ଗ, ବିଜେପୁର ନିର୍ବାଚନ ପ୍ରସଙ୍ଗ ଏବଂ ଚିଲିକାରେ ସେତୁ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସେ ଉତ୍ତର ରଖିନଥିଲେ ।
ଇଟିଭି ଭାରତ, ବ୍ରହ୍ମଗିରି