ETV Bharat / state

ଆଜି ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି, ସନ୍ଧ୍ୟା 5ଟାରୁ 5 ଘଣ୍ଟା ଦର୍ଶନ ବନ୍ଦ - ମହାପ୍ରଭୁଙ୍କ ପଇତାଲାଗି ନୀତି

Paitalagi rituals of lord jagannath: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି । ଏହା ଏକ ସତନ୍ତ୍ର ନୀତି ହୋଇଥିବାରୁ ସନ୍ଧ୍ୟା 5ଟାରୁ ରାତି 10ଟା ଯାଏଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢ଼ନ୍ତୁ

Paitalagi rituals of lord jagannath
ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି
author img

By ETV Bharat Odisha Team

Published : Dec 4, 2023, 10:14 AM IST

ପୁରୀ: ଆଜି ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ମାର୍ଗଶୀର-କୃଷ୍ଣ ସପ୍ତମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ହେବ । ଏହି ସ୍ବତନ୍ତ୍ର ନୀତି ପାଇଁ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା 5ଟାରୁ ରାତ୍ର 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ପଇତାଲାଗି ହେବେ ମହାପ୍ରଭୁ । ମାର୍ଗଶୀର-କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟା ରୁ ରାତ୍ର ୧୦.୦୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶ୍ରୀଜିଉଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ପ୍ରସ୍ତୁତ ଏହି ପଇତା ସୁରକ୍ଷା ଦେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟାରୁ 5 ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।

ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନୀତି ସମ୍ପାଦିତ ହେବାକୁ ଥିବା ବେଳେ ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତମାନେ ସମ୍ପାଦିତ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକ ମାନେ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ଏହି ପଇତାକୁ ଦେଉଳ-କରଣଙ୍କୁ ଯୋଗାଇଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହି ଆସିଛି ।

ଏହା ବି ପଢନ୍ତୁ...ଶ୍ରୀଜିଉଙ୍କ ବନକାଲଗି ନୀତି, ସନ୍ଧ୍ୟା 5ଟାରୁ 4ଘଣ୍ଟା ଦର୍ଶନ ବନ୍ଦ

ଏହା ବି ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ପଇତାଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ଦଇତାପତି ସେବକମାନେ ଏହି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ଗୁପ୍ତ ନୀତି ହୋଇଥିବାରୁ ଜୟ ବିଜୟ ଦ୍ବାର ବନ୍ଦ ରହିବ । ଏହି ନୀତି ସମ୍ପର୍ଣ୍ଣ ପରେ ଠାକୁରମାନଙ୍କର ମହାସ୍ନାନ କରାଯିବ । ତେଣୁ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଏହା ସହିତ ପତିତପାବନଙ୍କ ପୋଢୁଆଁ ନୀତି ପାଇଁ ନିଆଳିରୁ ପୋଢୁଆଁ ଭାର ଆସିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.