ETV Bharat / state

ଶ୍ରୀକ୍ଷେତ୍ରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ - Organization of voluntary blood donation camps

ଶ୍ରୀକ୍ଷେତ୍ର ପୁରୀରେ ମହାବୀର ସେନା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରାଯାଇଛି । ପୁରୀର ଯୁବକମାନେ ଅଧିକରୁ ଅଧିକ ରକ୍ତଦାନ କରି କୋଭିଡ ମହାମାରୀ କାଳରେ ରକ୍ତର ଅଭାବ ଦୂର କରିବାକୁ ସଚେତନ କରାଯାଇଛି।

Organization of voluntary blood donation camps
ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ
author img

By

Published : Sep 11, 2020, 11:01 PM IST

ପୁରୀ: ରକ୍ତଦାନ ମହତ ଦାନ । ମାତ୍ର କୋଭିଡ ମହାମାରୀ କାଳରେ ରକ୍ତର ଘୋର ଅଭାବ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି । କୋରୋନା ମହାମାରୀ ଯୋଗୁଁ ଲୋକେ ଭୟରେ ରକ୍ତଦାନ ପାଇ ଆସୁ ନାହାନ୍ତି । ତେବେ ରକ୍ତଦାନ ନେଇ ସମାଜ ସଚେତନତା ସୃଷ୍ଟି ପାଇଁ ମହାବୀର ସେନା ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି ।

ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

ଶ୍ରୀକ୍ଷେତ୍ର ପୁରୀରେ ମହାବୀର ସେନା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରାଯାଇଛି । ପୁରୀର ଯୁବକମାନେ ଅଧିକରୁ ଅଧିକ ରକ୍ତଦାନ କରି କୋଭିଡ ମହାମାରୀ କାଳରେ ରକ୍ତର ଅଭାବ ଦୂର କରିବାକୁ ସଚେତନ କରାଯାଇଛି । ଆଉ ଶହଶହ ସଂଖାରେ ଯୁବକମାନେ ମଧ୍ୟ ରକ୍ତଦାନ କରିବା ସହ ଏନେଇ ସଚେତନତା ବଢ଼େଇବା ପାଇଁ ସଂକଳ୍ପ ନେଇଛନ୍ତି ।

କେବଳ ପୁରୀ କାହିଁକି ସାରା ରାଜ୍ୟରେ ମହାବୀର ସେନାର ଥିବା 4 ହଜାରରୁ ଉର୍ଦ୍ଧ୍ବ ସଦସ୍ୟ ବିଭିନ୍ନ ଜିଲ୍ଲାରେ ଏନେଇ କର୍ଯ୍ୟ କରୁଛନ୍ତି । ମହାବୀର ସେନା ଯେଭଳି ରକ୍ତଦାନ ନେଇ ସଚେତନତା ଶିବିର ଆୟୋଜନ କରୁଛି, ଆଗାମୀ ଦିନରେ ରାଜ୍ୟରେ ରକ୍ତଅଭାବ ରହିବ ନାହିଁ ବୋଲି ଆଶା କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.