ପୁରୀ: ଭକ୍ତ ହାତରୁ କେମିତି ଖାନ୍ତି ମହାପ୍ରଭୁ ? ସୁନା ବେଶ ବେଳେ କେମିତି ଲାଗିଥାଏ ବିଭିନ୍ନ ମଠର ଭୋଗ ? କେମିତି ଖାନ୍ତି ମହାପ୍ରଭୁ ନାନାଦି ବ୍ଯଞ୍ଜନର ଭୋଗ । ତାହା ଦେଖିବାକୁ ମିଳିଛି ବଡଦାଣ୍ଡରେ । ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ରଥରେ ଥିବାବେଳେ ଲୋକ ବିଭିନ୍ନ ପ୍ରକାର ଭୋଗ ଆଣିଥାନ୍ତି ।
ବିଶେଷ କରି ପୁରୀରେ ଥିବା ବିଭିନ୍ନ ମଠ ମାନଙ୍କରେ ଆସୁଥିବା ନାନାଦି ଭୋଗକୁ ସିଂହଦ୍ବାର ସମ୍ମୁଖରେ ଅରୁଣସ୍ତମ୍ଭ ନିକଟରେ ଭୋଗ ଲାଗି କରିଥାନ୍ତି ସେବକ । ତେବେ ଏନେଇ ମନ୍ଦିର ସେବକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ