ETV Bharat / state

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିରୋଧୀ ଦଳ ନେତା ଜୟନାରାୟଣ - ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଜୟନାରାୟଣ ମିଶ୍ର

ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବା ପରେ ପୁରୀ ?ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିରୋଧୀ ଦଳ ନେତା ଜୟନାରାୟଣ

author img

By

Published : Jul 31, 2022, 10:21 PM IST

ପୁରୀ: ବିରୋଧୀ ଦଳ ନେତା ହେବା ପରେ ଜୟନାରାୟଣ ମିଶ୍ର ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ଓଡ଼ିଶାରେ ଦୀର୍ଘଦିନ ଧରି ଚାଲିଥିବା ଶାସନର ଅନ୍ତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ହେଉ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି ଜୟନାରାୟଣ ।

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବିରୋଧୀ ଦଳ ନେତା ଜୟନାରାୟଣ

ଓଡ଼ିଶାରେ ବେକାରୀ ସମସ୍ୟା ବୃଦ୍ଧି ଯୋଗୁଁ ସେ ଚିନ୍ତା ପ୍ରକଟ କରିଥିବା ବେଳେ ଏହା କିଭଳି ଦୂର ହେବ ସେ ନେଇ ବିଜେପି ଉଦ୍ୟମ କରିବ ବୋଲି କହିଛନ୍ତି ମିଶ୍ର । ଗଠନମୂଳକ ବିରୋଧୀ ଭାବେ ବିଜେପି କିଭଳି ରାଜ୍ୟରେ କାମ କରିବ ତାହା ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି କହିଛନ୍ତି ଜୟନାରାୟଣ । ସେହିପରି ଆସନ୍ତା ଅଗଷ୍ଟ ୨ରେ ବିଧାନସଭାର ଏକ ପ୍ରତିନିଧିମଣ୍ଡଳୀ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।

ଏହା ବି ପଢନ୍ତୁ- Leader of Opposition: ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ସହ ଉତ୍କଟ ଦାଦନ ସମସ୍ୟା ଲାଗି ରହିଛି । ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଜନସ୍ବାର୍ଥ ପ୍ରକଳ୍ପକୁ ସମର୍ଥନ ସହ ବିଧାନସଭାରେ ଗଠନମୂଳକ ସମାଲୋଚନା କରିବ ବୋଲି ସେ କହିଛନ୍ତି । ରାଜ୍ୟରେ ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ପ୍ରଭାତ ବିଶ୍ଵାଳଙ୍କ ଘରେ ଇଡି ରେଡ୍‌ କରି ସମ୍ପତ୍ତି ଆଟାଚ କରିଛି । ଦୁର୍ନୀତିରେ ସଂପୃକ୍ତ ସମସ୍ତ ରାଜନେତା EDର ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

ପୁରୀ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗ ସହ ଭିତର ରତ୍ନଭଣ୍ଡାର ଖୋଲିବା ନେଇ ସେ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି । ବିରୋଧୀ ଦଳ ନେତାଙ୍କ ସହ ବିଧାୟିକା କୁସୁମ ଟେଟେ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବିଜେପିର ବହୁ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.