ETV Bharat / state

ମାନୁନି ଉତ୍ସବ ଆପ: ମହାପ୍ରଭୁଙ୍କ ନାଁରେ ଚାଲିଛି ଠକେଇ, ଅଭିଯୋଗ କଲେ ସେବାୟତ

ମହାପ୍ରଭୁଙ୍କ ନାଁରେ ଉତ୍ସବ ଆପ ଅନଲାଇନ ମାଧ୍ୟମରେ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେବାୟତ ଦାବି କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 10, 2023, 8:59 PM IST

ମାନୁ ନାହିଁ ଉତ୍ସବ ଆପ, ମହାପ୍ରଭୁଙ୍କ ନାଁରେ ଚାଲିଛି ଠକେଇ, ଅଭିଯୋଗ କଲେ ସେବାୟତ

ପୁରୀ: ମାନୁ ନାହିଁ ଉତ୍ସବ ଆପ । ମହାପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ନାହିଁ କି ଭକ୍ତି ନାହିଁ । ଖାତିର ନାହିଁ ଆଇନ କାନୁନକୁ ମହାପ୍ରଭୁଙ୍କ ନାଁରେ ଚାଲିଛି ଅନଲାଇନରେ ଠକେଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ବିଭିନ୍ନ ପ୍ରକାରର ପୂଜାର୍ଚ୍ଚନା ଓ ଭୋଗ କରାଇବା ନାଁରେ ଅନଲାଇନ ମାଧ୍ୟମରେ ଠକି ଚାଲିଛି ଉତ୍ସବ ଆପ । ଏହି ଠକ ସଂସ୍ଥା ବିରୋଧରେ ପୁଣି ଥରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ।

ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆଙ୍କ ଅଭିଯୋଗ ଅନୁସାରେ ଅନଲାଇନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଯଦି କୌଣସି ଭକ୍ତ ସ୍ବତନ୍ତ୍ର ଚତୁର୍ଦ୍ଧ ପୂଜା କରିବାକୁ ଚାହୁଁଛି ତେବେ ଏଥିପାଇଁ ତାଙ୍କୁ ୧୧୫୧ଟଙ୍କା, ନାମ, ଗୋତ୍ର, ସଂକଳ୍ପ ପୂଜା ପାଇଁ ୮୦୧ଟଙ୍କା, ଧ୍ବଜା ବନ୍ଧନ ପାଇଁ ୨୧୫୧ଟଙ୍କା, ପରିବାର ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବାକୁ ଚାହୁଁଥିଲେ ୨୪୦୧ଟଙ୍କା, ମାସିକ ପୂଜା କରିବାକୁ ଚାହୁଁଥିଲେ ୮୧୦୧ ଟଙ୍କା ଭଳି ବିଭିନ୍ନ ପ୍ରକାରର ପୂଜା ନାଁରେ ଆଖିରେ ଆଙ୍ଗୁଠି ଗେଞ୍ଜି ଭକ୍ତଙ୍କ ଭାବନା ସହ ଖେଳୁଛି ଉତ୍ସବ ଆପ ନାମକ ଏକ ଠକ ୱେବସାଇଟ ।

ଅଧିକ ପଢନ୍ତୁ- ମହାପ୍ରଭୁଙ୍କ ନାଁରେ ପୁଣି ଅନଲାଇନ ଠକେଇ, ଡଲାରରେ ଦକ୍ଷିଣା ଦେଉଛନ୍ତି ଭକ୍ତ

ମହାପ୍ରଭୁଙ୍କ ନାଁରେ ଉତ୍ସବ ଆପ ଅନଲାଇନ ମାଧ୍ୟମରେ ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ବେଳେ ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେବାୟତ ଦାବି କରିଛନ୍ତି । ପୂର୍ବରୁ କିଛି ମାସ ତଳେ ଉତ୍ସବ ଆପର ଏହି ଠକେଇକୁ ନେଇ ସିଂହ ଦ୍ଵାର ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି । ଏହି ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ସବୁ ଆଇନ କାନୁନକୁ ବେଖାତିର କରି ଉତ୍ସବ ଆପ କିଭଳି ମହାପ୍ରଭୁଙ୍କ ପୁଜା ନାଁରେ ଅନଲାଇନରେ ଠକେଇ କରୁଛି । ମହାପ୍ରଭୁଙ୍କ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ସରକାର ଏହା ବିରୋଧରେ କଡ଼ା ପଦକ୍ଷେପ ନେବା ସହ ଭକ୍ତଙ୍କୁ ସଚେତନ କରାଇବା ପାଇଁ ସେବାୟତ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.