ପୁରୀ: ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ପୁରୀ ସିବିଚ ଥାନା ଜଣେ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ନରସିଂହ ରେଡି । ସେ ଘୋଡ଼ା ବଜାର ଅଞ୍ଚଳର ବାସିନ୍ଦା । ଗିରଫ ଅଭିଯୁକ୍ତ ଠାରୁ ମୋଟ 90 ବୋତଲ ଦେଶୀ ମଦ ଜବତ କରାଯାଇଛି ।
![one-arrested-on-charges-of-illigal-selling-local-liquor-in-puri](https://etvbharatimages.akamaized.net/etvbharat/prod-images/10342508_541_10342508_1611325771214.png)
ପୋଲିସର ସୂଚନା ଅନୁଯାୟୀ, 21 ତାରିଖ ରାତି 8ଟା ବେଳେ ସିବିଚ ଥାନା ପକ୍ଷରୁ ପେଣ୍ଠ କଟା ଅଞ୍ଚଳରେ ପାଟ୍ରୋଲିଂ ବେଳେ ପୋଲିସ ପାଖରେ ସୂଚନା ଆସିଥିଲା ଯେ ସିଟି ରୋଡ଼ ବେହେରା ସାହିରେ ବେଆଇନ ଭାବେ ଜଣେ ବ୍ୟକ୍ତି ଦେଶୀ ମଦ ବିକ୍ରି କରୁଛି ।
ଏହାପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଅଭିଯୁକ୍ତ ନରସିଂହ ରେଡିକୁ ବେଆଇନ ଭାବେ ଦେଶୀ ମଦ ବିକ୍ରି ଅଭିଯୋଗରେ ପୋଲିସ ଗିରଫ କରିଥିବା ବେଳେ 28 ଲିଟର ଦେଶୀ ମଦ ମଧ୍ୟ ଜବତ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ