ପୁରୀ:ଗୋପ ବ୍ଲକ ଅନ୍ତର୍ଗତ ରାହାଡା ଗୋରଡା ପଞ୍ଚାୟତରେ ବିଦ୍ୟୁତ ତାର ଅଭିଯୋଗରେ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ତାର ବୋଝେଇ ପିକ ଅପ ଗାଡିକୁ ଜବତ କରିଛି ପୋଲିସ ।
ସୂଚନାଅନୁସାରେ,ରାହାଙ୍ଗ ଗୋରଡା ପଂଚାୟତରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଚୋରି ହେବା ନେଇ ସରପଞ୍ଚ ରବିନ୍ଦ୍ର ସେନାପତି ଗୋପ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗୋପ ଥାନା ଅଧିକାରୀ ଅଭିଯୁକ୍ତକୁ ଧରିବାକୁ ଏକ ସ୍ବତନ୍ତ୍ର ଦଳ ଗଠନ କରି ବିଭିନ୍ନ ଜାଗାରେ ଚଢାଉ କରିଥିଲା ।
ବୁଧବାର ରାତିରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଭର୍ତ୍ତି ଗୋଟିଏ ନମ୍ବର ବିହୀନ ପିକ ଅପ ଗାଡ଼ିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଗୋପ ପୋଲିସ । ଗିରଫ ଡ୍ରାଇଭର ଜଣଙ୍କ ହେଲେ ଡଭାର ପଂଚାୟତର ବସନ୍ତ କୁମାର ପଣ୍ଡା । ତେବେ ଏତେ ମୂଲ୍ୟର ବିଦ୍ୟୁତ ତାର କିପରି କେଉଁଠୁ ଆସିଲା ସଂପୃକ୍ତ ଯୁବକଙ୍କୁ ପୋଲିସ ପଚାରାଉଚରା କରିବା ସହ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ