ETV Bharat / state

ପୁରୀ ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଗୋଟିଏ ପରେ ଗୋଟିଏ ମନ୍ଦିରରୁ ବିରଳ ମୂର୍ତ୍ତି ଲୁଟ

author img

By

Published : May 14, 2022, 9:35 PM IST

ପିପିଲି ଓ କୋଣାର୍କର ୨ଟି ମନ୍ଦିରରୁ ଲକ୍ଷାଧିକଟଙ୍କାର ମୁର୍ତ୍ତି ସହ ହୁଣ୍ତି ଭାଙ୍ଗି ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ମନ୍ଦିରରୁ ବିରଳ ମୂର୍ତ୍ତି ସମେତ ହୁଣ୍ଡି ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପୁରୀ: ଜିଲ୍ଲାରେ ବଢ଼ିଚାଲିଛି ମୂର୍ତ୍ତି ଚୋରି । ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ମାନେ ବିଭିନ୍ନ ମନ୍ଦିରରୁ ଲୁଟ କରିଚାଲିଛନ୍ତି ବିରଳ ପୁରାତନ ମୂର୍ତ୍ତି । ହେଲେ ମୂର୍ତ୍ତି ଚୋରି ଗ୍ୟାଙ୍ଗକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇପାରି ନାହିଁ । ପିପିଲି ଓ କୋଣାର୍କର ୨ଟି ମନ୍ଦିରରୁ ଲକ୍ଷାଧିକଟଙ୍କାର ମୁର୍ତ୍ତି ସହ ହୁଣ୍ତି ଭାଙ୍ଗି ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।

ପିପିଲି ଥାନା ଅନ୍ତର୍ଗତ ରାଜତେଈ ଶିଦ୍ଧେଶ୍ବର ମନ୍ଦୀର କବାଟ ତାଲା ଭାଙ୍ଗି ୫ଟି ପୁରୁଣା ପିତଳ ମୂର୍ତ୍ତି ଓ ୫ଟି ନୂଆ ମୂର୍ତ୍ତିକୁ ମିଶାଇ ସମୁଦାୟ ୧୦ଟି ଚୋରୀ ହୋଇଛି । ପୂଜକ ସକାଳୁ ଆସି ଦେଖିଲା ପରେ ପିପିଲି ଥାନାରେ ଅଭିଯୋଗ କରିଛନ୍ତି । ପିପିଲି sdpo ଦେବଦତ ବରାଳ ଆସି ତଦନ୍ତ ଆରମ୍ବ କରିଛନ୍ତି ।

ସେହିପରି ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କୋଣାର୍କ ସ୍ଥିତ ରାମ ମନ୍ଦିର ହୁଣ୍ତି ଭାଙ୍ଗି ୨୦ ହାଜର ଟଙ୍କା ଲୁଟିନେବାରେ ସଫଳ ହୋଇଛନ୍ତି ଲୁଟେରା । ପୁରୀ ଜିଲ୍ଲାରେ ମୂର୍ତ୍ତି ଚୋର ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ବିଫଳ ହେବା ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.