ETV Bharat / state

ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

author img

By

Published : Mar 3, 2023, 6:22 PM IST

ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବୁଧବାର ବିଳମ୍ବିତ ରାତିରେ ପିଣ୍ଟୁଙ୍କ ପରଲୋକ ହୋଇଥିଲା । ଅଧିକ ପଢନ୍ତୁ

ollywood actor pintu nanda
ollywood actor pintu nanda

ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ

ପୁରୀ: ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷ କୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି । ଶହଶହ ପ୍ରଶଂସକ ପିଣ୍ଟୁଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ପିଣ୍ଟୁଙ୍କ ଏଭଳି ଅକାଲରେ ବିୟୋଗକୁ ନେଇ ବନ୍ଧୁ ଓ ପ୍ରଶଂସକ ଗ୍ରହଣ କରି ପାରୁନାହାନ୍ତି । ପିଣ୍ଟୁଙ୍କୁ ତାଙ୍କ ପୁଅ ଶ୍ରୀୟାନ୍ସ ନନ୍ଦ ମୁଖାଗ୍ନୀ ଦେଇଛନ୍ତି । ପୁରୀ ସ୍ବର୍ଗଦ୍ଵାରରେ ପିଣ୍ଟୁ ନନ୍ଦଙ୍କ ମରଶରୀର ପହଞ୍ଚିବା ପୁର୍ବରୁ ରାସ୍ତାରେ ତାଙ୍କର ପ୍ରଶଂସକମାନେ ଶେଷ ଦର୍ଶନ କରିଥିଲେ । ସ୍ବର୍ଗ ଦ୍ଵାରରେ ମଧ୍ୟ ଶହଶହ ପ୍ରଶଂସକ ଶେଷ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ ।

ତେବେ ପିଣ୍ଟୁଙ୍କୁ ନେଇ କଳାକାର ବବି ମିଶ୍ର ବେଶ୍ ଭାବ ବିହ୍ଵଳିତ ହୋଇ ପଡ଼ିଥିବା ବେଳେ ସୁଟିଂ ସେଟ୍‌ରେ ପିଣ୍ଟୁ ସବୁବେଳେ ତାଙ୍କ ସହ ଝଗଡା କରନ୍ତି । ସେ ଗଲା ପରେ ତାଙ୍କ ସହ ଆଉ କିଏ ଝଗଡ଼ା କରିବ ବୋଲି ଅଭିନେତା ବବି ମିଶ୍ର କହିଛନ୍ତି । ସେପଟେ ପିଣ୍ଟୁଙ୍କ ମୁତ୍ୟୁକୁ ନେଇ ତାଙ୍କ ଭାଈ ଅଭିରାମ ନନ୍ଦ ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଭିରାମ କହିଛନ୍ତି ଘର ବଡ଼ ପୁଅ ପିଣ୍ଟୁ ଥିଲେ । ସେ ସବୁ ଘରର ଦାୟିତ୍ବ ନେଇଥିଲେ । ସେପଟେ ପିଣ୍ଟୁ ଙ୍କ ଚିକିତ୍ସାରେ ରାଜ୍ୟ ସରକାର ସହଯୋଗ ନକରିବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ଓଡ଼ିଶା ସରକାର କଳା ସଂସ୍କୃତି ପ୍ରଚାର ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହକି ଖେଳର ପ୍ରଚାର ନାମରେ ବାହାରି ଅଣଓଡ଼ିଆ କଳାକାର ଆଣି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଜଣେ ପ୍ରତିଭାବାନ ଓଡ଼ିଆ କଳାକାରର ଚିକିତ୍ସାରେ କୌଣସି ଆର୍ଥିକ ସାହାଯ୍ୟ ନଦେବା ଅତି ଦୁଃଖ ଦାୟକ ବୋଲି ପିଣ୍ଟୁଙ୍କ ଭାଇ ଅଭିରାମ କହିଛନ୍ତି ।

ପ୍ରକାଶ ଥାଉକି, ଅଭିନେତା ପିଣ୍ଟୁ ନନ୍ଦଙ୍କ ମାତ୍ର ୪୭ ବର୍ଷ ବୟସରେ ପରଲୋକ ଘଟିଛି । ହାଇଦ୍ରାବାଦର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତ ବୁଧବାର ରାତି ୧୧ଟା ୨୫ ମିନିଟ ସମୟରେ ପରଲୋକ ହୋଇ ଥିଲା । ସେ କିଛିଦିନ ହେବ ଲିଭର୍ ସିରୋସିସ୍‌ ତଥା ଯକୃତଜନିତ ରୋଗରେ ଚିକିତ୍ସିତ ହେଉଥିଲେ । ପ୍ରଥମେ ଲିଭର୍ ସିରୋସିସ୍‌ ରୋଗରେ ଚିକିତ୍ସା ପାଇଁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ କହିବା ପରେ ଗତ ଫେବୃଆରୀ ୭ ତାରିଖରେ ତାଙ୍କୁ ଦିଲ୍ଲୀକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପରିବାରର ଡୋନରଙ୍କ ସହ ବ୍ଲଡ୍ ଗ୍ରୁପ ମ୍ୟାଚ୍ ନକରିବାରୁ ଡୋନର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଡୋନର ମିଳିନଥିଲା । ପରେ ତାଙ୍କୁ ଗତ ୨୫ ତାରିଖରେ ହାଇଦ୍ରାବାଦର ଯଶୋଦା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅଵସ୍ଥାରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା । ଯାହାକୁ ନେଇ ଓଲିଉଡ଼ ଜଗତ ଓ ତାଙ୍କ ପ୍ରଶଂସକ ମହଲରେ ଶୋକର ଛାୟା ଖେଳି ଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.