ବ୍ରହ୍ମଗିରି: ବ୍ରହ୍ମଗିରି ବ୍ଲକ ଅଧୀନ ତିନି କୁଦି ଗ୍ରାମ ନିକଟରେ ଭାର୍ଗବି ନଦୀ ଉପରେ ଥିବା ପୁରୁଣା କାଠ ପୋଲଟି ପ୍ରଥମ ବନ୍ୟା ଜଳରେ ଭାସି ଯାଇଛି ।
ବର୍ଷର ପ୍ରଥମ ବନ୍ୟା ଜଳ ନଦୀରେ ଆସିବା ସହିତ ଲଘୁଚାପ ବର୍ଷା ପୋଲକୁ ଭସାଇ ନେଇଛି । କାଠ ଓ ବାଉଁଶରେ ତିଆରି ଦୀର୍ଘ ଦିନର ପୋଲଟି ତିନିକୁଦି ଓ ରାହାଡ଼ମଲ ଗ୍ରାମକୁ ଯାତାୟତର ଏକମାତ୍ର ସାହାରା ଥିଲା।
ସେହି କାଠ ପୋଲ ନିକଟରେ ଅଧା ହୋଇ ପକା ପୋଲ ପଡିରହିଛି । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଠିକାଦାର ଅଧା କାମ କରି ତାକୁ ପକେଇ ରଖିଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ