ETV Bharat / state

ଗୋପରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ, 8 ଏକର ଜମିରେ ହେବ ଡ୍ରିଲିଂ - ଗୋପରେ ହେବ ଡ୍ରିଲିଂ

ପୁରୀ ଜିଲ୍ଲା ଗୋପରେ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଅଏଲ ଇଣ୍ଡିଆ ପକ୍ଷରୁ ଚେକ୍‌ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ

ଗୋପରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ, ଚାଷୀଙ୍କୁ Oil India ପକ୍ଷର ଚେକ୍‌ ବଣ୍ଟନ

author img

By

Published : Aug 1, 2022, 8:31 PM IST

ପୁରୀ: ଜିଲ୍ଲାର ଗୋପ ବ୍ଲକ କୁଶୁପୁରରେ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ ସନ୍ଧାନ ମିଳିଛି । ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ୟାସ ଓ ତୈଳ ସନ୍ଧାନ ନେଇ ଡ୍ରିଲିଂ ଆରମ୍ଭ ହେବାକୁ ଥିବା ବେଳେ ଅଏଲ ଇଣ୍ଡିଆ (Oil India) ପକ୍ଷରୁ ଚାଷୀଙ୍କୁ ଚେକ୍‌ ବଣ୍ଟନ କରାଯାଇଛି ।

ଗୋପରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ, ଚାଷୀଙ୍କୁ Oil India ପକ୍ଷର ଚେକ୍‌ ବଣ୍ଟନ

ଡ୍ରିଲିଂ ପାଇଁ 8 ଏକର ଜମି ଆବଶ୍ୟକ ଥିବା ବେଳେ 37 ଜଣ ଚାଷୀଙ୍କ ଜମିକୁ 3 ବର୍ଷ ପାଇଁ ଲିଜ ନିଆଯାଇଛି । 3 ବର୍ଷ ଭିତରେ ଉକ୍ତ ସ୍ଥାନରେ ଡ୍ରିଲିଂ କରାଯାଇ ପ୍ରାକୃତିକ ଗ୍ୟାସ ଓ ତେଲର ସନ୍ଧାନ କରାଯିବ । ବ୍ୟବସାୟିକ ଦୃଷ୍ଟି କୋଣରୁ ତେଲ ଓ ଗ୍ୟାସ ଉତ୍ତୋଳନ ଯଦି ଲାଭଜନକ ହୁଏ ପରବର୍ତ୍ତୀ ସମୟରେ ଚାଷୀଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯାଇ ଜମି ଅଧିଗ୍ରହଣ ହେବ । ଅଏଲ ଇଣ୍ଡିଆ ପକ୍ଷରୁ ସେସମିକ ସର୍ଭେ କରାଯାଇ ତୈଳ ଓ ଗ୍ୟାସର ସନ୍ଧାନ କରଯାଇଛି । ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଓ 10 ଜଣିଆ ଟିମି ପହଞ୍ଚି ଗୋପରେ 37 ହିତାଧିକାରୀଙ୍କ ସହିତ 3 ବର୍ଷିଆ ଏଗ୍ରିମେଣ୍ଟେ କରିଛନ୍ତି ।

ଆଠ ଏକର ଜମିରେ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜର ଡକ୍ଟର ବି ଏନ ସାହୁ । ଗୋପ କୁସୁପୁର, ବଣିଆସାହି, ବସ୍ତି ଅଞ୍ଚଳର ପ୍ରାୟ 37 ଜଣ ଚାଷୀଙ୍କ 8 ଏକର ଜମିକୁ 3 ବର୍ଷ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଲିଜରେ ନେଇଛନ୍ତି । ପ୍ରତ୍ୟେକ ଚାଷୀଙ୍କୁ ଗୁଣ୍ଠ ପିଛା 17 ହଜାର ହିସାବରେ 3ବର୍ଷ ପାଇଁ ଟଙ୍କା ଦିଆଯାଇଛି। ସେପଟେ ଗୋପରେ ପ୍ରାକୃତିକ ଗ୍ୟାସ ଓ ତେଲ ମିଳିଲେ ସ୍ଥାନୀୟ ଅଞ୍ଚଳବାସୀ ରୋଜଗାର ପାଇବା ସହ ଅଞ୍ଚଳର ଉନ୍ନତି ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.