ETV Bharat / state

Best Tourism Village Award: ପଟ୍ଟଚିତ୍ରର ଗାଁକୁ ସମ୍ମାନ, ରଘୁରାଜପୁରକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା

author img

By ETV Bharat Odisha Team

Published : Sep 29, 2023, 7:58 PM IST

ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ରଘୁରାଜପୁର । ଦେଶର ସବୁ ଗାଁକୁ ପଛରେ ପକାଇ ରଘୁରାଜପୁର ପାଇଛି ବେଷ୍ଟ ଟ୍ୟୁରିଜିମ ଭିଲେଜର ମାନ୍ୟତା । ଅଧିକ ପଢନ୍ତୁ

ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ରଘୁରାଜପୁର
ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ରଘୁରାଜପୁର
ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ରଘୁରାଜପୁର

ପୁରୀ: ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁରକୁ ଆଉ ଏକ ସଫଳତା । କେନ୍ଦ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ସମସ୍ତ ଯୋଗ୍ୟତା ପୂରଣ କରି 2023 ବର୍ଷ ପାଇଁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମର ମାନ୍ୟତା ସହ ସମ୍ମାନିତ ହୋଇଛି । ଏହି ଗୌରବ ଓ ସଫଳତା ପାଇଁ ରଘୁରାଜପୁରରେ ଆନନ୍ଦର ଲହରୀ ଖେଳିଯାଇଛି । ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ରଘୁରାଜପୁର ଗାଁକୁ ଏହି ସମ୍ମାନରେ ସମ୍ମାନିତ କରାଯାଥିଲା । ଓଡ଼ିଶା ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଶ୍ବଜିତ୍ ରାଉତରାୟ ଓ ରଘୁରାଜପୁର ଗ୍ରାମର ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ ।

ଶିଳ୍ପୀ ସୁଦର୍ଶନ ସ୍ବାଇଁ କହିଛନ୍ତି, ‘‘ଆମ ଗାଁକୁ ଏହି ସମ୍ମାନ ମିଳିଥିବାରୁ ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି । କଳା, ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମ ସଦା ସର୍ବଦା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । 2000 ମସିହାରେ ଓଡ଼ିଶାର ପ୍ରଥମ ଐତିହ୍ୟ ଗ୍ରାମ ଭାବେ ରଘୁରାଜପୁର ମାନ୍ୟତା ପାଇଥିଲା । ଗ୍ରାମ ବାସିନ୍ଦାମାନେ ଓଡ଼ିଆ କଳା, ସଂସ୍କୃତିକୁ ପଟ୍ଟଚିତ୍ରରେ ସ୍ଥାନ ଦେଇ ପ୍ରଚାର ପ୍ରସାର କରିଆସୁଛନ୍ତି । ତେବେ ଏହି ଐତିହ ଗ୍ରାମ ପ୍ରଚାର ପ୍ରସାର ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ଆହୁରି ଭିତ୍ତିଭୂମି ସୁଦୃଢ଼ କରିବାର ଆବଶ୍ୟକତା ରହିଛି।’’

ସମ୍ପାଦକ ଅଭିରାମ ଦାଶ କହିଛନ୍ତି, ‘‘ଦେଶର 31ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଭିନ୍ନଭିନ୍ନ ଗାଁ ପାଇଁ 795ଟି ଆବେଦନ ଆସିଥିଲା । ଓଡ଼ିଆର 13ଟି ଜିଲ୍ଲାରୁ 40ଟି ଆବେଦନ ଯାଇଥିଲା । ସମସ୍ତଙ୍କୁ ପଛରେ ପକାଇ ଓଡ଼ିଶାର ରଘୁରାଜପୁର ପ୍ରତିଯୋଗିତାର ରୌପ୍ୟ ବର୍ଗରେ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ସମ୍ମାନିତ ହୋଇଛି । ଏହି ଗାଁରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ଗୁରୁ କେଳୁ ଚରଣ ମହପାତ୍ରଙ୍କ ଠାରୁ ଆରମ୍ଭ କରି ପ୍ରବାଦପୁରୁଷ ପଟ୍ଟକଳାର ଗୁରୁ ଡଃ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରି ଓଡିଶାକୁ ବିଶ୍ବଦରବାରରେ ଏକ ନିଆରା ପରିଚୟ ପ୍ରଦାନ କରିଛନ୍ତି ।’’

ଏହା ମଧ୍ୟ ପଢନ୍ତୁ...କଥା କହୁଛି ଦେବାଶିଷଙ୍କ ପ୍ରତିଭା, ପଟ୍ଟଚିତ୍ରରେ କାକଟପୁର ମା'ମଙ୍ଗଳା

ଚିତ୍ରଶିଳ୍ପୀ ବିଶ୍ଵନାଥ ସ୍ବାଇଁ କହିଛନ୍ତି, ‘‘ରଘୁରାଜପୁରର ପଟ୍ଟଚିତ୍ର ଓ ଗୋଟିପୁଅ ନୃତ୍ୟ ସାରା ବିଶ୍ଵରେ ପ୍ରସିଦ୍ଧ । ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ପଟ୍ଟଚିତ୍ର କିଣିବା ସହ ଉପହାର ଭାବେ ଦେବା ପାଇଁ ଭଲପାଆନ୍ତି । ହେଲେ ରଘୁରାଜପୁର ପୁରକୁ ଭଲ ରାସ୍ତା ଓ ପର୍ଯ୍ୟଟକଙ୍କ ରହିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ନଥିବା କାରଣରୁ ଗାଁର ପ୍ରଚାର ପ୍ରସାରରେ ବାଧା ଉପୁଜିଛି । ଗାଁରେ ପର୍ଯ୍ୟଟନ ପାଇଁ ସ୍ବାତନ୍ତ୍ର ସହ ଏକ ମ୍ୟୁଜିଅମ୍ ସ୍ଥାପନ କଲେ ରଘୁରାଜପୁର ବିଶ୍ୱରେ ଆହୁରି ଖ୍ୟାତି ଲାଭ କରିବ ।’’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.