ETV Bharat / state

ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ସାନିଟାରୀ ନାପକିନ୍ ବଣ୍ଟନ

ଓଡିଶା ସରକାରଙ୍କ ପକ୍ଷରୁ ବାତ୍ୟା ଆକ୍ରାନ୍ତ ପୁରୀ ଜିଲ୍ଲାରେ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଇଛି ।

author img

By

Published : May 19, 2019, 8:29 AM IST

ଫଟୋ ସୌଜନ୍ୟ: ଏଏନଆଇ

ପୁରୀ: ବାତ୍ୟା ଫନି ପରବର୍ତ୍ତୀ ସମୟରେ ଓଡିଶା ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାରେ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଇଛି । ଏହା ପୁରୀ ଜିଲ୍ଲାର ସମସ୍ତ ପରିବାରଙ୍କ ପାଇଁ ଉପଲବ୍ଧ ରହିଛି । ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ଏହାକୁ ଯୋଗାଇ ଦିଆଯିବ ।

ମୋଟ 24 ଲକ୍ଷ ମାଗଣା ସାନିଟାରୀ ନାପକିନ୍ ପୁରୀ ଜିଲ୍ଲାରେ ଯୋଗାଇ ଦିଆଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ସାନିଟାରୀ ନାପକିନ୍ ବଣ୍ଟନ ପାଇଁ ଆଶା କର୍ମୀମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଆଶା କର୍ମୀମାନେ ଘରଘର ବୁଲି ଏହାକୁ ବଣ୍ଟନ କରିବେ । ଫନି ପରବର୍ତ୍ତୀ ସମୟରେ ମହିଳାମାନଙ୍କର ସ୍ବାସ୍ଥ୍ୟ ରକ୍ଷା ଓ ମର୍ଯ୍ୟଦା ପାଇଁ ଏହାକୁ ବଣ୍ଟନ କରାଯାଉଥିବା ଜଣେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.