ETV Bharat / state

ଡିସେମ୍ବର 1ରେ ତୁଳସୀ ଯାତ୍ରା, ଜଗନ୍ନାଥ ପ୍ରେମୀ ସାମିଲ ହେବାକୁ କଂଗ୍ରେସର ଆହ୍ଵାନ - କଂଗ୍ରେସ ତୁଳସୀ ଯାତ୍ରା

ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାକୁ ସାମ୍ନାକୁ ଆଣି ଆସନ୍ତା ଡ଼ିସେମ୍ବର 1 ତାରିଖରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ପୁରୀ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ଜଗନ୍ନାଥ ପ୍ରେମୀ ସାମିଲ ହେବାକୁ କଂଗ୍ରେସର ଆହ୍ଵାନ । ଅଧିକ ପଢ଼ନ୍ତୁ

ତୁଳସୀ ଯାତ୍ରା
ତୁଳସୀ ଯାତ୍ରା
author img

By ETV Bharat Odisha Team

Published : Nov 28, 2023, 8:48 PM IST

ତୁଳସୀ ଯାତ୍ରା

ପୁରୀ: ଆଗକୁ ସାଧାରଣ ନିର୍ବାଚନ । ଭୋଟରକୁ ଆକ୍ରୁଷ୍ଟ କରିବା ପାଇଁ ରାଜ୍ୟର ପ୍ରମୁଖ ଦଳମାନଙ୍କ ମଧ୍ୟରେ ଯୋରଦାର କସରତ ଆରମ୍ଭ ହେଲାଣି । ରାଜ୍ୟର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ସରକାରଙ୍କ ଉପରେ ବର୍ଷୁଛନ୍ତି ବିରୋଧୀ । ଏହି ପରିପେକ୍ଷୀରେ ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାକୁ ସାମ୍ନାକୁ ଆଣି ଆସନ୍ତା ଡ଼ିସେମ୍ବର 1 ତାରିଖରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ପୁରୀରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ ।

ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା, ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି କରିବା, ବେଦାନ୍ତ ନେଇଥିବା ଚାଷ ଜମି ଚାଷୀକୁ ଫେରସ୍ତ କରିବା, ପୁରୀ ସହର ବାସୀଙ୍କ ଥିବା ଜମିଜମା ସମସ୍ୟା ସମାଧାନ ଦାବି ନେଇ କଂଗ୍ରେସ ତୁଳସୀ ଯାତ୍ରା କରିବ । ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କାର୍ଯକ୍ରମ ସମ୍ପର୍କରେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ତୁଳସୀ ଯାତ୍ରାର ଉଦ୍ଦେଶ୍ୟ ନେଇ ସୁଚନା ଦିଆଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଡାକରାରେ ଏହି ତୁଳସୀ ଯାତ୍ରା ଆଗାମୀ ଡିସେମ୍ବର 1ରେ ପୁରୀରେ ଅନୁଷ୍ଠିତ ହେବ । ସାରା ରାଜ୍ୟରୁ କଂଗ୍ରେସ କର୍ମୀ ଓ ନେତା ଏହି ତୁଳସୀ ଯାତ୍ରାରେ ସାମିଲ ହେବେ । ଓଡ଼ିଶାର 314 ବ୍ଳକ୍ ଓ 120 ପୌରାଞ୍ଚଳରୁ ତୁଳସୀ ସଂଗ୍ରହ କରାଯିବ । ଏହାକୁ ଭୁବନେଶ୍ଵର ଅଣାଯାଇ ଡିସେମ୍ବର 1 ତାରିଖରେ ଏକ ବିରାଟ ଶୋଭାଯାତ୍ରା ପୁରୀ ଅଭିମୁଖେ ଆସିବ । ପୁରୀ ସରଧାବାଲିରେ କଂଗ୍ରେସ କର୍ମୀ ଓ ନେତା ଏକାଠି ହୋଇ ଏକ ସଙ୍କୀର୍ତ୍ତନ ମଣ୍ଡଳୀ ଶ୍ରୀମନ୍ଦିର ଅଭିମୁଖେ ଯିବ । ଏଥିରେ 5 ହଜାର କଂଗ୍ରେସ କର୍ମୀ ସାମିଲ ହେବେ । ସଂଗୃହିତ ତୁଳସୀକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବ । ଅନ୍ୟାୟ ଅନୀତିରୁ ରାଜ୍ୟ ସରକାର କ୍ଷାନ୍ତ ରହିବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବେ କଂଗ୍ରେସ କର୍ମୀ ।

ଏହା ମଧ୍ୟ ପଢ଼ନ୍ତୁ......ସଜ-ବାସି ତୁଳସୀକୁ ନେଇ ବିବାଦ, ଚର୍ଚ୍ଚାରେ କଂଗ୍ରେସର ତୁଳସୀ ଯାତ୍ରା

ତେବେ ପୁରୀ ଜିଲା କଂଗ୍ରେସ କମିଟିର ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି, "ଶ୍ରୀମନ୍ଦିରର ଗୋଟିଏ ଦ୍ଵାର ଖୋଲା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ନେଇ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଏନେଇ କଂଗ୍ରେସ ଗତ ଅକ୍ଟୋବର 16ରେ ପୁରୀରେ ବିଶାଳ ପଦଯାତ୍ରା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପରେ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇ ସରକାରଙ୍କୁ ସଚେତନ କରାଯାଇଥିଲା । ହେଲେ ସରକାର ଚେତିଲେ ନାହିଁ । ତେଣୁ ପୁଣି ସରକାରଙ୍କୁ ସଚେତନ କରାଇବା ପାଇଁ କଂଗ୍ରେସ ତୁଳସୀ ଯାତ୍ରା କରୁଛି । ତେବେ ଓଡ଼ିଶାବାସୀ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମନ୍ଦିରରେ ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷରେ ଅଛନ୍ତି। ତେଣୁ ସରକାରଙ୍କ ବିରୋଧରେ କଂଗ୍ରେସ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇଥିବା ବିଜେଡି ସରକାର ବିରୋଧରେ ତୁଳସୀ ଯାତ୍ରାରେ ସାମିଲ ହେବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.