ETV Bharat / state

ଓଡି଼ଶାରେ ବିଜେଡିର ବିକଳ୍ପ ଆମ୍‌ ଆଦମୀ ପାର୍ଟୀ: ଓଡ଼ିଶା ପ୍ରଭାରୀ

author img

By ETV Bharat Odisha Team

Published : Oct 27, 2023, 7:31 PM IST

ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ରାଜ୍ୟରେ ପ୍ରମୁଖ ଦଳମାନେ ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଲେଣି । ଏହାରି ମଧ୍ୟରେ ଓଡ଼ିଶାରେ ଆମ୍ ଆଦମୀ ପାର୍ଟି (ଆପ) ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଧିକ ପଢ଼ନ୍ତୁ

Virender Singh Kadian visit Puri
Virender Singh Kadian visit Puri
Virender Singh Kadian visit Puri

ପୁରୀ: ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେଠୁ ଆରମ୍ଭ ହେଲାଣି ଯୋରଦାର ପ୍ରସ୍ତୁତି । ରାଜ୍ୟରେ ପ୍ରମୁଖ ଦଳମାନେ ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଲେଣି । ଏହାରି ମଧ୍ୟରେ ଓଡ଼ିଶାରେ ଆମ୍ ଆଦମୀ ପାର୍ଟି (ଆପ) ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଜ୍ୟରେ କିଭଳି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯାଇପାରିବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଆପର ବରିଷ୍ଠ ନେତା ଓ କର୍ମକର୍ତ୍ତା । ଏନେଇ ଦଳ ତରଫରୁ ପୁରୀରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।

ତେବେ ଆପର ଓଡ଼ିଶା ପ୍ରଭାରୀ ବିରେନ୍ଦ୍ର ସିଂ କାର୍ଡିଆନ ପୁରୀ ଗସ୍ତରେ ଆସି କର୍ମୀ ସମ୍ମିଳନୀରେ ଯୋଗ ଦେଇ ଆଗାମୀ କାର୍ଯ୍ୟ ପନ୍ଥା ନେଇ ସବିଶେଷ ଆଲୋଚନା କରିଛନ୍ତି । ପ୍ରଥମେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦର୍ଶନ କରି କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । କାର୍ଡିଆନ କହିଛନ୍ତି, "ଆଗାମୀ ବିଧାନସଭା ନିର୍ବାଚନରେ ଆପ ଓଡ଼ିଶାରେ ଲଢିବ । ଏନେଇ ସର୍ଭେ ଚାଲିଛି । କେଉଁ ସ୍ଥାନରେ କିଭଳି ସ୍ଥିତି ରହିଛି ଏବଂ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ସେ ନେଇ ଆଲୋଚନା ହେଉଛି । ଓଡ଼ିଶାର କେତୋଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ ସେ ନେଇ ମଧ୍ୟ ଦଳର ବରିଷ୍ଠ ନେତାମାନେ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ । ଓଡ଼ିଶାରେ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ସେବା ପ୍ରସଙ୍ଗକୁ ନେଇ ଦଳ ନିର୍ବାଚନ ଲଢ଼ିବ । ସ୍କୁଲରେ ଶିକ୍ଷକ ନଥିବା ବେଳେ 5ଟି ରୂପାନ୍ତରଣ ନାମରେ କେବଳ ନୂଆ ଘର, କାନ୍ଥରେ ରଙ୍ଗ ବୋଳି ବିଜେଡି ସରକାର ଯେଭଳି ଉନ୍ନତ ଶିକ୍ଷା ଭିତ୍ତିଭୂମି ନାମରେ ଲୋକଙ୍କୁ ଭୁଆଁ ବୁଲାଉଛି ଆପ୍‌ ଏହାକୁ କଡ଼ା ସମାଲୋଚନା କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ......2024 ନିର୍ବାଚନ ଓଡ଼ିଶାରେ ଆପ୍‌ ଦେଖାଇବ ଦମ: ଓଡ଼ିଶା ପ୍ରଭାରୀ

କାଡ଼ିଆନ ଏହା ମଧ୍ୟ କହିଛନ୍ତି " ଓଡ଼ିଶାର ଡାକ୍ତରଖାନାମାନଙ୍କରେ ଡାକ୍ତର ନଥିବା ବେଳେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ସବୁ ସରକାରୀ ଅଫିସରେ ଦୁର୍ନୀତି ବ୍ୟାପକ ହୋଇଛି । ରାଜ୍ୟ ସରକାର ଯେଭଳି ଏକ ନିର୍ବାଚିତ ସରକାରକୁ ଅଗଣତାନ୍ତ୍ରିକ ଭାବେରେ ଜଣେ ବ୍ୟୁରୋ କ୍ରାଟ ମାଧ୍ୟମରେ ଶାସନ ଡୋରି ଦେଇଛନ୍ତି । ଉକ୍ତ ବ୍ୟୁରୋକ୍ରାଟକୁ ମୁଖ୍ୟମନ୍ତ୍ରୀ ଏବେ କ୍ୟାବିନେଟ୍ ପାହ୍ୟା ଦେଇ ଶାସନ ଡୋରି ଦେଇଛନ୍ତି । ହେଲେ ଓଡ଼ିଶାବାସୀ ଜଣେ ବାହାର ଲୋକର ଶାସନକୁ କେବେବି ଗ୍ରହଣ କରିବେନି । ଓଡ଼ିଶାବାସୀଙ୍କର ଓଡ଼ିଶା ଲୋକ ହିଁ ନେତୃତ୍ୱ ନେବେ । ତେଣୁ ବିଜେଡି ଓ ବିଜେପି ଏବେ ଦୁଇ ଭାଇ ହୋଇ ଶାସନ କରୁଥିବ ବେଳେ ଆପ ହିଁ ଓଡ଼ିଶା ବାସୀଙ୍କ ପାଇଁ ଏକମାତ୍ର ବିକଳ୍ପ ହୋଇ ପାରିବ ଏବଂ ଏକ ସୁଶାସନ ସରକାର ଦେଇ ପାରିବ । ଦିଲ୍ଲୀ ଓ ପଞ୍ଜାବରେ ଲୋକମାନେ ଆପକୁ ସରକାର ଦାୟିତ୍ଵ ଦେଇ ଥିବା ବେଳେ ଓଡ଼ିଶାବାସୀ ଆଗାମୀ ନିର୍ବାଚନରେ ଆପକୁ ସମର୍ଥନ କରିଲେ ଆପ ଓଡ଼ିଶା ବାସୀଙ୍କୁ ଏକ ସୁଶାସନ ସରକାର ସହ ଉନ୍ନତ ରାଜ୍ୟରେ ପରିଣତ କରିବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.