ETV Bharat / state

କାଲି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ ପାଇଁ ଅନୁମତି, ଛୁଇଁବା ମନା - ଅଁଳା ନବମୀ

ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାରାଣୀଙ୍କର ଓଡିଅ।ଣୀ ବେଶ ଓ ପାଦ ଦର୍ଶନ ହୋଇଥାଏ । ଏନେଇ ଚଳ ଚଞ୍ଚଳ ଗୋପାଳଜୀ ମନ୍ଦିର । ଅଧିକ ପଢନ୍ତୁ

ଓଡିଅ।ଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧାରାଣୀ
ଓଡିଅ।ଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧାରାଣୀ
author img

By

Published : Nov 1, 2022, 1:04 PM IST

Updated : Nov 1, 2022, 4:20 PM IST

ପୁରୀ: ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏହି ଦିନ ଶ୍ରୀରାଧାରାଣୀଙ୍କର ଓଡିଅ।ଣୀ ବେଶ ଓ ପାଦ ଦର୍ଶନ ହୋଇଥାଏ । ସାକ୍ଷୀଗୋପାଳ ଗୋପାଳଜୀ ମନ୍ଦିରରେ ଭକ୍ତଙ୍କର ଗହଳି ଲାଗିଥାଏ । ମହାମାରୀ କୋପ କମିବା ପରେ ଚଳିତ ବର୍ଷ ଶ୍ରୀରାଧାରାଣୀଙ୍କର ଓଡିଅ।ଣୀ ବେଶ ଓ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ଏନେଇ ପୁଣି ଚଳଚଞ୍ଚଳ ହୋଇଛି ଗୋପାଳଜୀ ମନ୍ଦିର । ସଠିକ୍ ସମୟରେ ଦେବନିତୀ ସମ୍ପର୍ଣ୍ଣ ସହିତ, ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଭକ୍ତମାନଙ୍କୁ ଯୋଗାଇ ଦେବା ପ।ଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ତେବେ ଆସନ୍ତାକାଲି ପବିତ୍ର ଅଁଳା ନବମୀରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଅନୁମତି ରହିଥିବା ବେଳେ ଛୁଇଁବା ମନା ବୋଲି ସୂଚନା ରହିଛି ।

ଓଡିଅ।ଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧାରାଣୀ

ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ରହିଛି ଗୋପାଳଜିଉ ମନ୍ଦିର । ପ୍ରତି ବର୍ଷ ପରି ଭଳି ଚଳିତ ବର୍ଷ ଶ୍ରୀରାଧାଙ୍କର ଓଡିଅ।ଣୀ ବେଶ ଦର୍ଶନ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ବର୍ଷକରେ ଥରେ ଭକ୍ତମାନେ ଓଡିଅ।ଣୀ ବେଶ ସହିତ ପାଦ ଦର୍ଶନର ସୁଯୋଗ ପାଇଥାନ୍ତି । ଅଁଳା ନବମୀ ଦିନ ଶ୍ରୀରାଧାଙ୍କର ଏହି ସ୍ବତନ୍ତ୍ର ବେଶ ହୋଇଥାଏ । ଭକ୍ତମାନେ ଉକ୍ତ ଦିନ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧାଙ୍କର ପାଦ ଦର୍ଶନ କରି ସ୍ପର୍ଶ କରିବାର ସୁଯୋଗ ପାଇଥାନ୍ତି । ମାତ୍ର କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତଙ୍କୁ ଦର୍ଶନ ଉପରେ କଟକଣା ଜାରି କରାଯାଇ ଥିଲା । ମାତ୍ର ଚଳିତ ବର୍ଷ କଟକଣା କୋହଳ ପରେ ଭକ୍ତ ଦର୍ଶନର ସୁଯୋଗ ପାଇବେ । ଏଥିପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି ।

ଏହା ବି ପଢନ୍ତୁ...ଆୟପା ସ୍ବାମୀଙ୍କ ଆଇପୂଜା, ନିଆଁରେ ଚାଲିଲେ ଶହଶହ ଭକ୍ତ

ଦେଵ ନିତୀ ନିର୍ଦ୍ଧାରଣ କରାଯାଇଛି । ସେବାୟତ ମାନଙ୍କ ଦ୍ଵାରା ମଙ୍ଗଳା ଅ।ଳତୀ, ମର୍ଦନ ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ, ସକ।ଳ ଧୂପ,ମଦନ ମୋହନ ଭୋଗ, ଅ।ଦି ମାଙ୍କର ସେବା ରୀତିନିତୀ ସମ୍ପର୍ଣ୍ଣ ପରେ ଭୋର ୫ ଟା ଠାରୁ ଭକ୍ତ ମାନଙ୍କ ପାଇଁ ସାହାଣ ମେଲା ଦର୍ଶନ କରିପାରିବାର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଭକ୍ତ ମାନଙ୍କର ସମାଗମକୁ ଲକ୍ଷ୍ୟ ରଖି ଜିଲ୍ଲ। ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିବାବେଳେ, ଭକ୍ତ ମାନେ ଧାଡିରେ ଯାଇ ମା'ଙ୍କ ଦର୍ଶନ କରି ପାରିବେ । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୁଷ୍ଟିରେ ରଖି ପୋଲିସ ୨୦ ପ୍ଲାଟୁନ ଫୋର୍ସ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା ବେଳେ ସମସ୍ତଙ୍କ ସହଯୋଗରେ ଏହା ସଫଳ ହେବ ବୋଲି ଅ।ଶା ରଖିଛି ପ୍ରଶାସନ ।

ଇଟିଭି ଭାରତ, ପୁରୀ

Last Updated : Nov 1, 2022, 4:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.