ପୁରୀ: ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡରେ ସାମିଲ ହୋଇଛି । ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା ସହ ଆହୁରି ଅନେକ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ଚଳଚିତ୍ରଟି ଓସ୍କାର ଦୌଡର ପ୍ରବେଶ କରିଛି ।
ତେବେ ଏହି ଦୌଡ଼ରେ ସାମିଲ ପରେ ଏ ନେଇ ଅଭିନନ୍ଦନ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏନେଇ ଏକ ବଲୁକା ଚିତ୍ରକଳା କରି ଏହି ଅଭିନନ୍ଦନ ଦେବା ସହ ଏହି ଓଡ଼ିଆ ଫିଲ୍ମ ପୁରସ୍କାର ହାସଲ କରୁ ବୋଲି ସେ ମହାପ୍ରଭୁଙ୍କ ନିକଟରେ ସେ କାମନା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ