ETV Bharat / state

ସୂର୍ଯ୍ୟ ମନ୍ଦିରକୁ ଦେଖି ଆଚମ୍ବିତ, ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ହାରୋଲ୍ଡ - ନୋବେଲ ପୁରସ୍କାର ବିଜେତା ହାରୋଲ୍ଡ ଇଲିଅଟ

ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ହାରୋଲ୍ଡ ଇଲିଅଟ । ମନ୍ଦିରର ଇତିହାସ ଏବଂ କାରୁକାର୍ଯ୍ୟ ଦେଖି ଆଚମ୍ବିତ ହୋଇଛନ୍ତି । ଆଧିକ ପଢ଼ନ୍ତୁ

ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ନୋବେଲ ପୁରସ୍କାର ବିଜେତା

author img

By

Published : Jan 14, 2023, 11:00 PM IST

ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ନୋବେଲ ପୁରସ୍କାର ବିଜେତା

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ର କଳା, କାରୁକାର୍ଯ୍ୟ ବିଶ୍ଵ ରେ ଅଦ୍ୱିତୀୟ । ଏହାର ଝଲକ ଟିକେ ଦେଖିବକୁ ଦେଶ ବିଦେଶ ରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି । ତେବେ ଏହାରି ମଧ୍ୟରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ହାରୋଲ୍ଡ ଇଲିଅଟ । ଆମେରିକାର ପ୍ରସିଦ୍ଧ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ବିଜେତା ହାରୋଲ୍ଡ ଇଲିଅଟ ଭରମୋସ ଓ ସହଯୋଗୀ ବୈଜ୍ଞାନିକ ନୋବେଲ ପୁରସ୍କାର ବିଜେତା ଜେ ମାଇକେଲ ବିସପ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖାନ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଆମେରିକାର ନୋବେଲ ପୁରସ୍କାର ବିଜେତା ବରିଷ୍ଠ ବୈଜ୍ଞାନିକ ଦ୍ବୟ ପ୍ରଥମେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ୟାଖାନ କେନ୍ଦ୍ର ପରିଦର୍ଶନ କରିଥିଲେ । ସରକାରୀ ସ୍ବୀକୃତି ପ୍ରାପ୍ତ ଗାଇଡ ବିଶେଶ୍ଵର ଦାସ ନୋବେଲ ପୁରସ୍କାର ବିଜେତା ବରିଷ୍ଠ ବୈଜ୍ଞାନିକ ଦ୍ବୟଙ୍କୁ ସୂର୍ଯ୍ୟ ମନ୍ଦିରର ଭ୍ରମଣ କରାଇଥିଲେ । ଏହାସହ ସୂର୍ଯ୍ୟ ମନ୍ଦିର ଐତିହ୍ୟ, ସଂସ୍କୃତି, ସ୍ଥାପତ୍ୟ କଳା ଓ ଇତିହାସ ଗାଥା ଉପରେ ପର୍ଯ୍ୟବେସିତ ଐତିହାସିକ ତଥ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଅଭୟଙ୍କୁ ଅବଗତ କରାଇଥିଲେ ।

ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ବୁଲିବା ପରେ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ କଳା ଓ ସଂସ୍କୃତି ଉପରେ ବିଶଦ ଭାବରେ ବୁଝୁଥିବା ଦେଖିବାକୁ ମିଳିଥିଲା । ସୂର୍ଯ୍ୟ ମନ୍ଦିରର ଐତିହ୍ୟ ଓ ସଂସ୍କୃତି ବିଶ୍ବରେ ଅନନ୍ୟ ଓ ଅଦ୍ବିତୀୟ ବୋଲି ମତପ୍ରକାଶ କରିଥିଲେ ବୈଜ୍ଞାନିକ ହାରୋଲ୍ଡ ଇଲିଅଟ ଭରମୋସ । ସୂର୍ଯ୍ୟ ମନ୍ଦିରର ବ୍ୟାଖ୍ୟାନ କେନ୍ଦ୍ରରେ ଅତୀତରେ ଓଡ଼ିଶା ସମୃଦ୍ଧ ନୌ ବାଣିଜ୍ୟ ପରମ୍ପରା, କଳା, ସଂସ୍କୃତି ଗାଥା କୁ ବୁଝିଥିଲେ । କୋଣାର୍କ ଭଳି ବିଶ୍ଵ ର ପ୍ରସିଦ୍ଧ ଐତିହକୁ ଦେଖି ନୋବେଲ ବିଜେତା ବୈଜ୍ଞାନିକମାନେ ବହୁତ ଭାଗ୍ୟବାନ ମନେ କରିଥଲେ ।

କୋଣାର୍କ ସୂର୍ଯ୍ୟ ମନ୍ଦିର ର କଳା, କାରୁକାର୍ଯ୍ୟ ବିଶ୍ଵରେ ଅଦ୍ୱିତୀୟ । ଏହାର ଝଲକ ଟିକେ ଦେଖିବକୁ ଦେଶ ବିଦେଶ ରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ପ୍ରତିଦିନ କୋଣାର୍କ ବୁଲିବାକୁ ଆସିଥାନ୍ତି ।। କୋଣାର୍କ ର ଐତିହ ଗାଥା, ଓଡ଼ିଆ କଳା ସଂସ୍କୃତି ବିଷୟ ରେ ତଥ୍ୟ ଦେବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏକ ବ୍ୟାଖ୍ୟାନ କେନ୍ଦ୍ର ରହିଛି । ଯେଉଁଠି କି ବିଭିନ୍ନ ଭାଷା ଏହା ବଣ୍ଣା କରାଯାଇଛି । ଯାହା ମାଧ୍ୟମ ରେ ସମସ୍ତ ସୂଚନା ପର୍ଯ୍ୟଟକଙ୍କୁ ପ୍ରଦାନ କରାଯାଇ ଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.