ETV Bharat / state

ଶ୍ରୀମନ୍ଦିର ସିଂହ ସମ୍ମୁଖରେ ହୋଇପାରିବନି ଧାରଣା, ଲାଗିବ ରୋକ - ଶ୍ରୀମନ୍ଦିର ସିଂହ ସମ୍ମୁଖରେ ହୋଇପାରିବନି ଧାରଣା

ଶ୍ରୀମନ୍ଦିର ସିଂହ ସମ୍ମୁଖରେ ଧାରଣା, ବିକ୍ଷୋଭ ଉପରେ ଲାଗିବ ରୋକ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପୁଣି ଜୋର ଧରିଲା ଦାବି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ସିଂହ ସମ୍ମୁଖରେ ହୋଇପାରିବନି ଧାରଣା, ଲାଗିବ ରୋକ
author img

By

Published : Apr 13, 2022, 10:52 PM IST

Updated : Apr 14, 2022, 9:30 AM IST

ପୁରୀ : ଏଣିକି ଶ୍ରୀମନ୍ଦିର ସମ୍ମୁଖରେ କୌଣସି ସଂଗଠନ ପକ୍ଷରୁ ଆନ୍ଦୋଳନ ଅବା ଧାରଣା ପ୍ରଦର୍ଶନ କରାଯାଇପାରିବ ନାହିଁ । ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଏ ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଆନ୍ଦୋଳନ, ଧାରଣା ଯୋଗୁଁ ଭକ୍ତମାନେ ଅସୁବିଧା ଭୋଗୁଥିବା ବେଳେ ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଛି। ଏଣୁ ଏହି ଆଧାରରେ ଏହି ପ୍ରସ୍ତାବ ପାରିତ ହୋଇଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିୟମ ଖୁବଶୀଘ୍ର ଲାଗୁ ହେବାର ରହିଛି । ତେବେ ଏହି ନିୟମ ଲାଗୁ ହେବା ବେଆଇନ ବୋଲି ଆଇନଜୀବୀ କହିଛନ୍ତି ।

ଗଣତାନ୍ତ୍ରିକ ଦେଶରେ ପ୍ରତ୍ୟେକ ନାଗରିକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ରହିଛି । ତେବେ ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟ ନାମରେ ପ୍ରଶାସନ ଅନେକ ବେଆଇନ କାର୍ଯ୍ୟକୁ ବିଭିନ୍ନ ସଂଗଠନ ବିରୋଧ କରୁଥିବା ହେତୁ ଏହାକୁ ଭଣ୍ଡୁର କରିବା ପାଇଁ ପ୍ରଶାସନ ଓ ସରକାରଙ୍କ ଏହା ଏକ ଚାଲ ବୋଲି ପୁରୀର ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ କହିଛନ୍ତି ।

ସେପଟେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ କେବଳ ପ୍ରବେଶ ଅନୁମତି ଥିବାରୁ ଭକ୍ତଙ୍କର ଲମ୍ବା ଲାଇନ ଲାଗି ରହୁଥିବା ବେଳେ ଭକ୍ତମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ସେହିପରି ଶ୍ରୀମନ୍ଦିର ଚାରି ଦ୍ୱାର ଦେଇ ପ୍ରବେଶ ଧାର୍ମିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ଥିବାବେଳେ ଏହାକୁ ବନ୍ଦ କରାଯାଇ ଭକ୍ତଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ କରିବା ଠିକ ନୁହେଁ ବୋଲି ଆଇନ ବିଶାରଦ କହିଛନ୍ତି ।

ଶ୍ରୀମନ୍ଦିର ସିଂହ ସମ୍ମୁଖରେ ହୋଇପାରିବନି ଧାରଣା, ଲାଗିବ ରୋକ

ପୂର୍ବଭଳି ଶ୍ରୀମନ୍ଦିରର ଚାରି ଦ୍ୱାରରେ ଭକ୍ତଙ୍କ ପାଇଁ ପ୍ରବେଶ ଅନୁମତି ଦିଆଗଲେ ଅଯଥା ଭିଡ଼କୁ ରୋକାଯାଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ପୁରୀ ଜିଲ୍ଲାପାଳ କହିଛନ୍ତି ସିଂହଦ୍ବାର ସମ୍ମୁଖ ଆନ୍ଦୋଳନ, ଧାରଣା ବନ୍ଦ ନେଇ ସେବାୟତ ନିଯୋଗ ପ୍ରସ୍ତାବ ଅନୁଯାୟୀ ଏହା ଛତିଶାନିଯୋଗରେ ପାରିତ କରାଯାଇଛି। ସେହିପରି ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା, ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ପ୍ରବେଶ ଉପରେ ରୋକ ଲଗାଇବା ନେଇ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର ଆଗାମୀ ବୈଠକରେ ଏ ନେଇ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 14, 2022, 9:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.