ପୁରୀ: ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ କୁମାର ବେରୀ ଓ ଅନ୍ୟାନ୍ୟ ସଦସ୍ୟ ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଗସ୍ତ କରିଥିଲେ । ଏହି କ୍ରମରେ ନୀତି ଆୟୋଗ ପ୍ରତିନିଧି ଦଳ ଏଠାରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ର ଅନୁଧ୍ୟାନ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଉପାଧ୍ୟକ୍ଷ ଓ ସଦସ୍ୟ ପିପିଲି ବ୍ଲକ ରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପରେ ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଅଧୀନରେ ପରିଚାଳିତ ମାତୃ ଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାଫେକୁ ସଦସ୍ୟମାନେ ପରିଦର୍ଶନ କରିଥିଲେ ।
ଏହାପରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପାଣିଦୋଳ ପଞ୍ଚାୟତର ମଠସାହି ଅଙ୍ଗନବାଡି କେନ୍ଦ୍ର ଓ ସୁବିଧା କେନ୍ଦ୍ର ଆଦି ଅନୁଧ୍ୟାନ କରିବା ସହ ହିତାଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ସମୟରେ ନୀତି ଆୟୋଗର ସଦସ୍ୟ ଡକ୍ଟର ବିନୋଦ କୁମାର ପାଓଲ, ନୀତି ଆୟୋଗର ନିର୍ଦ୍ଦେଶିକା ସୁବ୍ରତା ପ୍ରକାଶ, ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ଅମିତ ବର୍ମା, ବରିଷ୍ଠ ବିଶେଷଜ୍ଞ ରୂପେଶ ସିଂ ଓ ପି ଶଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସେକ୍ରେଟାରୀ ଭାସ୍କର ଜ୍ୟୋତି ଶର୍ମା, ମିଶନ ଶକ୍ତି ନିର୍ଦ୍ଦେଶକ ମାନ୍ସି ନିମଭାଲ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପ୍ରମୁଖ ଅଧିକାରୀ ଉପସ୍ଥିତ ରହି ନୀତି ଆୟୋଗର ଉପାଧ୍ୟକ୍ଷ ଓ ସଦସ୍ୟଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।
ଇଟିଭି ଭାରତ, ପୁରୀ