ETV Bharat / state

ନୀଳାଚଳେ ଜଗନ୍ନାଥ: ଶ୍ରୀକ୍ଷେତ୍ରେ ପଡିଛି ପବନପୁତ୍ର ହନୁମାନଙ୍କ ପାଦରେ ଶିକୁଳି

ନୀଳାଚଳ ଧାମରେ ନୀଳିଦ୍ରିନାଥଙ୍କ ନିର୍ଦ୍ଦେଶରେ ଗଭୀର ବିଶାଳ, ଅଶାନ୍ତ ସମୁଦ୍ର ବଶୀଭୂତ, ଲଙ୍ଘି ନଥାଏ କୂଳ ? ଏଇଠି ଦିଗନ୍ତବ୍ୟାପୀ ମହୋଦଧିକୁ ଅଟକାଇ ରଖିଛନ୍ତି ବେଡି ପକା ବା ଶିଙ୍କୁଳିରେ ବନ୍ଧା ହନୁମାନ । ବେଡି ପକା ବା ହନୁମାନ ନାମକରଣ ଓ ସମୁଦ୍ର କୂଳ ନଲଙ୍ଘିବା ପଛରେ ରହିଛି ରୋଚକ ପୌରାଣିକ କାହାଣୀ ।

author img

By

Published : Jun 30, 2020, 6:03 AM IST

ନୀଳାଚଳେ ଜଗନ୍ନାଥ
ନୀଳାଚଳେ ଜଗନ୍ନାଥ

ପୁରୀ: ଓଡିଶାର ପୁରୀ ସହର ମହାପ୍ରଭୁ ନିମନ୍ତେ ପ୍ରସିଦ୍ଧ । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ମୁଖ୍ୟତଃ ଜଗନ୍ନାଥ ମନ୍ଦିର ବର୍ଷ ସାରା ହଜାର ହଜାର ଭକ୍ତ ଆସନ୍ତି। ପରମ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ମହିମା ଅବର୍ଣ୍ଣନୀୟ, ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ଶ୍ରୀକ୍ଷେତ୍ରର ଅନେକ ତଥ୍ୟ ଏବେ ବି ଅଜ୍ଞାତ, ରହସ୍ୟାବୃତ । ଏହି କ୍ଷେତ୍ର ଲୌକିକ ଓ ଅଲୌକିକ ଘଟଣାର ଗନ୍ତାଘର । ନୀଳାଚଳ ଧାମରେ ନୀଳିଦ୍ରିନାଥଙ୍କ ନିର୍ଦ୍ଦେଶରେ ଗଭୀର ବିଶାଳ, ଅଶାନ୍ତ ସମୁଦ୍ର ବଶୀଭୂତ, ଲଙ୍ଘି ନଥାଏ କୂଳ ? ଏଇଠି ଦିଗନ୍ତବ୍ୟାପୀ ମହୋଦଧିକୁ ଅଟକାଇ ରଖିଛନ୍ତି ବେଡି ପକା ବା ଶିଙ୍କୁଳିରେ ବନ୍ଧା ହନୁମାନ । ବେଡି ପକା ବା ହନୁମାନ ନାମକରଣ ଓ ସମୁଦ୍ର କୂଳ ନଲଙ୍ଘିବା ପଛରେ ରହିଛି ରୋଚକ ପୌରାଣିକ କାହାଣୀ ।

ନୀଳାଚଳେ ଜଗନ୍ନାଥ: ଶ୍ରୀକ୍ଷେତ୍ରେ ପଡିଛି ପବନପୁତ୍ର ହନୁମାନଙ୍କ ପାଦରେ ଶିକୁଳି

ପୌରାଣିକ କାହାଣୀ ଅନୁସାରେ ବଡଦେଉଳରେ ଝିଅ ବିଭା ଦେଇଥିଲେ ସାଗର ରାଜା । ସିନ୍ଧୁରାଜ ଜେମାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହିକାରଣରୁ ଅନେକ ସମୟରେ ଝିଅ ଓ ଜ୍ବାଇଁଙ୍କ ଦର୍ଶନ ନିମନ୍ତେ ସାଗରରାଜା ବଡଦେଉଳ ଆସିବା ଫଳରେ ଜଳମଗ୍ନ ହୋଇଯାଏ ଶ୍ରୀକ୍ଷେତ୍ର, ବାଇଶି ପାବଚ୍ଛ । ବାରମ୍ବାର ସମୁଦ୍ର ଜଳ ଦ୍ବାରା କ୍ଷତିଗ୍ରସ୍ତ ହୋଇ ଉପାୟଶୂନ୍ୟ ଶ୍ରୀକ୍ଷେତ୍ରବାସୀ ଗୁହାରି କରନ୍ତି ଶ୍ରୀଜଗନ୍ନାଥଙ୍କୁ । ଭାବଗ୍ରାହୀ ଭଗବାନ ଭକ୍ତଙ୍କ ଡାକଶୁଣି, ହନୁମାନଙ୍କୁ ସମୁଦ୍ର କୂଳ ଜଗିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ଫଳରେ ବିଶାଳକାୟ ଏକ ହନୁମାନ ଚକ୍ରତୀର୍ଥର ଅନତି ଦୂରରେ ଜାଗ୍ରତ ପ୍ରହରୀରୂପେ ରହି ଶ୍ରୀକ୍ଷେତ୍ର ମଧ୍ୟରେ ସମୁଦ୍ରର ଅନୁପ୍ରବେଶ ପ୍ରତିରୋଧ କରନ୍ତି । ଶ୍ରୀକ୍ଷେତ୍ରକୁ ଦରିଆ ଦାଉରୁ ରକ୍ଷା କରୁଥିବାରୁ ଏହାଙ୍କୁ ଦରିଆ ହନୁମାନ ବୋଲି ମଧ୍ୟ କୁହାଯାଏ ।

ଏହି ଭକ୍ତ ଶ୍ରେଷ୍ଠ ହନୁମାନଙ୍କୁ ଦରିଆ ହନୁମାନ ବ୍ୟତୀତ ବେଡି ପକା ହନୁମାନ ମଧ୍ୟ କୁହାଯାଏ । ଏହାର କାରଣ ପଛରେ ଏକ ମଜାଦାର ତଥା ରୋଚକ କାହାଣୀ ରହିଛି । ଜନଶ୍ରୁତି ଅନୁସାରେ ଶ୍ରୀମନ୍ଦିରରୁ ସମୁଦ୍ର କ୍ରୋଧରୁ ରକ୍ଷା ପାଇଁ ହନୁମାନଙ୍କୁ ଏହିଠାରେ ପ୍ରଭୁ ଦାୟିତ୍ବ ଦେଇଥିଲେ । ମାତ୍ର ସବୁବେଳେ ଶ୍ରୀକ୍ଷେତ୍ରରେ ନ ରହି ହନୁମାନ ଅଯୋଧ୍ୟା ଚାଲି ଯାଆନ୍ତି ଫଳରେ ସମୁଦ୍ର ପୂର୍ବ ପରି ଶ୍ରୀକ୍ଷେତ୍ରକୁ ଜଳମଗ୍ନ କରି ଦେଉଥିଲା । ଏହାର ପ୍ରତିକାର ନିମନ୍ତେ ପ୍ରଭୁ ଶ୍ରୀରାମ ହନୁମାନଙ୍କୁ ସ୍ବର୍ଣ୍ଣର ବେଡିରେ ବାନ୍ଧି ଦେଇଥିଲେ । ଶୃଙ୍ଖଳ ବା ଶିକୁଳିର ପ୍ରତି ଭାଗରେ ଶ୍ରୀରାମ ଲେଖା ଥିବାରୁ ହନୁମାନ ତାହାକୁ ଛିଣ୍ଡାଇ ନ ପାରି ସେଠାରେ ସବୁ ଦିନ ରହିଗଲେ ।

ଶ୍ରୀକ୍ଷେତ୍ରର ଇତିହାସରେ ଏହି ମନ୍ଦିର ପୁରୀର ଏକ ବିଶିଷ୍ଟ ମନ୍ଦିର । ଏସମୁଦ୍ର କବଳରୁ ପୁରୀ ସହରକୁ ରକ୍ଷା କରିବା ପାଇଁ ପେଣ୍ଠକଟାସ୍ଥିତ ଚକ୍ରନାରାୟଣ ମନ୍ଦିରର ପଶ୍ଚିମ କୋଣରେ ଏକ ଛୋଟିଆ ମନ୍ଦିର ଅବସ୍ଥିତ । ଏହି ବେଡି ପକା ହନୁମାନଙ୍କ ମନ୍ଦିର

ମନ୍ଦିରର ଚତୁଃପାର୍ଶ୍ବରେ ରହିଛନ୍ତି ବିଭିନ୍ନ ଦେବା ଦେବୀ । ସ୍ବୟଂ ଭଗବାନ ହନୁମାନ ଗୋଟେ ହାତରେ ଲଡୁ ଓ ଅନ୍ୟ ହାତରେ ଗଦା ଧରି ବିରାଜମାନ ଅଛନ୍ତି । ଏହି ମନ୍ଦିରର ମୁଖ୍ୟ ପର୍ବ ଗୁଡିକ ହେଲା ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ରାମ ନବମୀ । ଏହି ଦିନମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ଏହି ମନ୍ଦିର ବେଡି ହନୁମାନ ମନ୍ଦିର ନାମରେ ବେଶ ଜଣାଶୁଣା । ବିଶ୍ବାସ ରହିଛି ଯେ ଦରିଆ ମହାବୀର ଶଙ୍ଖ କ୍ଷେତ୍ର ପୁରୀକୁ ସମୁଦ୍ରର କ୍ରୋଧରୁ ରକ୍ଷା କରିଥାନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.