ETV Bharat / state

ନୀଳାଚଳେ ଜଗନ୍ନାଥ: ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ରୋଚକ ରହସ୍ୟ, ହେରାପଞ୍ଚମୀ

author img

By

Published : Jun 27, 2020, 6:04 AM IST

‘ହେରା’ର ଅର୍ଥ ଦର୍ଶନ ବା ଦେଖା । ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ଶ୍ରୀଜଗନ୍ନାଥଙ୍କୁ ଏହିଦିନ ଦେବୀ ଲକ୍ଷ୍ମୀ ’ ଦେଖିବାକୁ ଯାଆନ୍ତି । ସେଇଥିପାଇଁ ଏହାର ନାମ ‘ହେରାଯାତ୍ରା’ । ରଥଯାତ୍ରାର ପଞ୍ଚମ ଦିନ ଏହି ନୀତି ହେଉଥିବାରୁ ଏହାର ନାମ ‘ହେରାପଞ୍ଚମୀ’ । କିନ୍ତୁ ପ୍ରକୃତରେ ଏହା ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ହୋଇଥାଏ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ପୁରୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଗୋଟିଏ ସ୍ୱତନ୍ତ୍ର ନୀତି ହେଉଛି ‘ହେରାପଞ୍ଚମୀ’ । ‘ହେରା’ର ଅର୍ଥ ଦର୍ଶନ ବା ଦେଖା । ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ଶ୍ରୀଜଗନ୍ନାଥଙ୍କୁ ଏହିଦିନ ଦେବୀ ଲକ୍ଷ୍ମୀ ’ ଦେଖିବାକୁ ଯାଆନ୍ତି । ସେଇଥିପାଇଁ ଏହାର ନାମ ‘ହେରାଯାତ୍ରା’ । ରଥଯାତ୍ରାର ପଞ୍ଚମ ଦିନ ଏହି ନୀତି ହେଉଥିବାରୁ ଏହାର ନାମ ‘ହେରାପଞ୍ଚମୀ’ । କିନ୍ତୁ ପ୍ରକୃତରେ ଏହା ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ହୋଇଥାଏ ।

ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ରୋଚକ ରହସ୍ୟ, ହେରାପଞ୍ଚମୀ

ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ହେଲେ ମଧ୍ୟ ତାଙ୍କର ଲୀଳାଖେଳା ଆମ ମଣିଷଙ୍କ ପରି । ତାଙ୍କର ଏହି ‘ମାନବୀୟ ଲୀଳା’ର ଏକ ନିଦର୍ଶନ ହେଉଛି ‘ହେରା ପଞ୍ଚମୀ’ । ଏହା ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କ ଏକ ‘ଦାମ୍ପତ୍ୟ-ଲୀଳା’ । ପରମ୍ପରା ଅନୁଯାୟୀ ପ୍ରଭୁ ଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଲ ଏକାଦଶୀ ଦିନ ଲକ୍ଷ୍ମୀ ସ୍ବରୁପା ରୁକୁଣ୍ମୀଙ୍କୁ ବିବାହ କରିଥାନ୍ତି । ଶୁକ୍ଲ ଚତୁର୍ଦଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୁଏ । କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗୋପ୍ୟ ହୋଇଯାଆନ୍ତି । ମାତା ଲକ୍ଷ୍ମୀଙ୍କ ସହ ଆଉ ସାକ୍ଷାତ ହୁଏ ନାହିଁ । ଏପଟେ ମହାପ୍ରଭୁ ସ୍ନାନ ପରେ ଜ୍ବରଗ୍ରସ୍ତ ହୋଇ ଅଣସର ଘରେ ରହିଥାନ୍ତି । ପରେ ପରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଦେଇ ବଡ ଭଉଣୀ ଓ ବଳରାମଙ୍କ ସହ ଗୁଣ୍ଡିଚା ଘରକୁ ଘୋଷଯାତ୍ରାରେ ବାହାରି ପଡନ୍ତି ।

ଏହି ଯାତ୍ରା ଭାଗବତ’ ଓ ‘ବାମଦେବ ସଂହିତା’ ଆଦିରେ ଏ ସଂପର୍କରେ ରୋଚକ ବର୍ଣ୍ଣନା ଅଛି । ‘ବାମଦେବ ସଂହିତା’ରେ କୁହାଯାଇଛି- ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀଜଗନ୍ନାଥ ଗୁଣ୍ଡିଚାଘରକୁ ଚାଲିଯିବା ପରେ, ବିରହ ଲକ୍ଷ୍ମୀ ନିଜ ମନର ବ୍ୟଥାକୁ ଶ୍ରୀମନ୍ଦିର ପରିସରରେ ଥିବା ଭଗିନୀପ୍ରତିମା ବିମଳା ଦେବୀଙ୍କ ନିକଟରେ ଯାଇ କହନ୍ତି । ଏହାର ପ୍ରତିକାର ପାଇଁ ତାଙ୍କର ପରାମର୍ଶ ଲୋଡ଼ନ୍ତି । ଦେବୀ ବିମଳା ତାଙ୍କୁ ସାନ୍ତ୍ୱନା ଦେଇ କହନ୍ତି- ସ୍ୱାମୀ ଯଦି କେବେ ଅବିବେକୀ ପରି ଆଚରଣ କରନ୍ତି, କିଛି ଅକରଣୀୟ କାମ କରନ୍ତି, ତେବେ ତାଙ୍କୁ କୌଶଳ କରି ନିଜ ଆଡ଼କୁ ଆଣିବାକୁ ପଡ଼େ । ତେଣୁ ତୁମେ ତାଙ୍କୁ ଉଚ୍ଚାଟିତ କରି ନିଜ ଆଡ଼କୁ ଆକର୍ଷିତ କରିବାପାଇଁ ତାଙ୍କ ଉପରେ ‘ମୋହନଚୂର୍ଣ୍ଣ’ ପ୍ରୟୋଗ କର । ଏହା କହି ଦେବୀ ବିମଳା, ଲକ୍ଷ୍ମୀଙ୍କୁ ‘ମୋହନଚୂର୍ଣ୍ଣ’ ବି ଦିଅନ୍ତି । ବିମଳାଙ୍କ ଏହି ପରାମର୍ଶରେ ଦେବୀ ଲକ୍ଷ୍ମୀ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ, ଗୁଣ୍ଡିଚା ମନ୍ଦିରରେ ଥିବା ଜଗନ୍ନାଥଙ୍କ ନିକଟକୁ ଯାଇ ତାଙ୍କ ଉପରେ ସେହି ମୋହନଚୂର୍ଣ୍ଣ ପ୍ରୟୋଗ କରନ୍ତି । ‘ଯାତ୍ରା ଭାଗବତ’ରେ ମଧ୍ୟ ଏ ସଂପର୍କରେ ବର୍ଣ୍ଣନା ଅଛି । ଦେବୀ ଲକ୍ଷ୍ମୀ ‘କର୍ପୂର-ଚନ୍ଦନ-ମୋହନ ଚୂର୍ଣ୍ଣ’ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରି ଶ୍ରୀମନ୍ଦିରକୁ ଫେରନ୍ତି ବୋଲି ସେଥିରେ କୁହାଯାଇଛି ।

ଏହି ନୀତି ଅନୁସାରେ, ହେରାପଞ୍ଚମୀ ଦିନ, ଶ୍ରୀମନ୍ଦିରର ଭଣ୍ଡାର ଘରଠାରୁ ଶ୍ରୀଦେବୀ (ଲକ୍ଷ୍ମୀ)ଙ୍କୁ ମହାଜନ ସେବକ ବିମାନକୁ ବିଜେ କରାଇ ଆଣନ୍ତି । ବିମାନବଡ଼ୁ ସେବକ ତାଙ୍କୁ ଆଡ଼ମ୍ବରପୂର୍ଣ୍ଣ ଘଣ୍ଟ, ବାଜା ଓ କାହାଳୀ ଆଦି ସହିତ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଥିବା ରଥ ନିକଟକୁ ନେଇ ଯାଆନ୍ତି । ସେଠାରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଚିହ୍ନଟ କରିସାରି, ଦେବୀ ଲକ୍ଷ୍ମୀ ସେହି ରଥ ନିକଟରେ ବିମାନରେ ବସି ରହିଥିବା ବେଳେ, ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ପତିମହାପାତ୍ର ତାଙ୍କର ବନ୍ଦାପନା ଓ ଅର୍ଚ୍ଚନା କରନ୍ତି ।

ତାହା ପରେ ଦେବୀଙ୍କ ବିମାନ ଶ୍ରୀଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ୱାର ନିକଟକୁ ଯାଏ । ସେହିଠାରେ ବିମାନରେ ଥାଇ, ସେ ବିମଳାଦେବୀଙ୍କ ଠାରୁ ଆଣିଥିବା ‘ମୋହନଚୂର୍ଣ୍ଣ’ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରନ୍ତି । ତାହାର ଫଳ ମଧ୍ୟ ତାଙ୍କୁ ତୁରନ୍ତ ମିଳେ । ଶ୍ରୀଜଗନ୍ନାଥଙ୍କ ଠାରୁ ତାଙ୍କୁ ଆଜ୍ଞାମାଳ ଦିଆଯାଏ । ତାହା ମାଧ୍ୟମରେ ଶ୍ରୀଜଗନ୍ନାଥ ତାଙ୍କୁ ପ୍ରତିଶ୍ରୁତି ଦିଅନ୍ତି ଯେ ତିନିଦିନ ପରେ ସେ ଶ୍ରୀମନ୍ଦିରକୁ ଫେରିଆସିବେ । କିନ୍ତୁ ଏହି ସମୟରେ ଆଉ ଗୋଟିଏ ଘଟଣା ଘଟେ । ସେତେବେଳକୁ ସଂଧ୍ୟାଧୂପର ସମୟ ହୋଇଯାଇଥିବାରୁ ‘ଟେରା’ (କନାର ଏକ ଆବରଣ) ପଡ଼ିଯାଏ ଏବଂ ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କର ଶ୍ରୀମୁଖକୁ ଆଉ ଅଧିକ ସମୟ ଦର୍ଶନ କରିପାରନ୍ତି ନାହିଁ । ସେଥିରେ ସେ ରୁଷ୍ଟ ହୁଅନ୍ତି । ପୁନଶ୍ଚ ‘ନନ୍ଦିଘୋଷ’ ରଥ ପାଖକୁ ଆସି ସେଥିରୁ ଖଣ୍ଡିଏ କାଠ ଭାଙ୍ଗିଦେଇ ଚାଲିଯାଆନ୍ତି ।

ଏହାକୁ ଦେବୀ ଲକ୍ଷ୍ମୀଙ୍କ କ୍ରୋଧର ପରିପ୍ରକାଶ ବୋଲି ସାଧାରଣତଃ କୁହାଯାଇଥାଏ । କିନ୍ତୁ ଏହା ତାଙ୍କର କ୍ରୋଧ ନୁହେଁ । ଏହା ତାଙ୍କର ପତି-ପ୍ରୀତିର ନିଦର୍ଶନ । ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ସହିତ ଫେରିବାର ପ୍ରତିଶ୍ରୁତି ପାଇବା ପରେ, ଆଉ କ୍ରୋଧର ଅବକାଶ ନଥାଏ । କିନ୍ତୁ ଅଧିକ ସମୟ ସ୍ୱାମୀଙ୍କ ଶ୍ରୀମୁଖ ଦର୍ଶନ ନକରି ପାରିବା ନେଇ ତାଙ୍କ ମନରେ କ୍ଷୋଭ ଜାତ ହୁଏ । ତାହାର ପରିପ୍ରକାଶ ଘଟେ ‘ନନ୍ଦିଘୋଷ’ର ରଥକାଠ ଭଙ୍ଗାରେ । ‘ହେରାପଞ୍ଚମୀ’ ଯାତ୍ରାରେ ଯିବାବେଳେ ଦେବୀ ଲକ୍ଷ୍ମୀ ଘଣ୍ଟ, ବାଜା ଓ କାହାଳୀ ସହିତ ବଡ଼ଦାଣ୍ଡ ଦେଇ ଯାଇଥାଆନ୍ତି । କିନ୍ତୁ ରଥକାଠ ଭାଙ୍ଗି ଫେରିବା ବେଳେ ସେ ବିନା ଘଣ୍ଟ, ବାଜା, କାହାଳୀରେ, ହେରାଗୋହିରୀ ସାହି ବାଟ ଦେଇ ଫେରନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.