ପୁରୀ: ନିମାପଡ଼ା ପୁମୁଲ ଦୁଗ୍ଧ କଂପାନୀ ଆଗରେ ନୀଳାଚଳ ଦୁଗ୍ଧ ଉତ୍ପାଦକ ସଂଘର ଧାରଣା । ନୀଳଚକ୍ର ଦୁଗ୍ଧ ଉତ୍ପାଦକ ସଂଘ ନିମାପଡ଼ା ପକ୍ଷରୁ ଶତାଧିକ ଦୁଗ୍ଧ ଚାଷୀ ପୁମୁଲ ନିମାପଡ଼ା କାର୍ଯାଳୟ ସମ୍ମୁଖରେ ୮ଦଫା ଦାବି ନେଇ ଆମରଣ ଅନଶନରେ ବସିଛନ୍ତି ।
୧୪କୋଟି ଟଙ୍କା ଆତ୍ମସାତ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ୨୦୦୫ ରୁ ୨୦୧୫ ପର୍ଯ୍ୟନ୍ତ ନିର୍ଦ୍ଧାରିତ ମୂଲ୍ୟକୁ ଲୁଚାଇ 14କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିବା ପରେ ତାକୁ ଚାଷୀଙ୍କୁ ନଫେରାଇବା, ସମ୍ପାଦକ ମାନଙ୍କୁ ଦୁଗ୍ଧ ଲିଟର ପିଛା ୨ଟଙ୍କା ପ୍ରୋତ୍ସାହନ ରାଶି ଦେବା ଆଦି ୮ଦଫା ଦାଵିରେ ବସିଥିବା ଶତାଧିକ ଚାଷୀ ସେମାନଙ୍କ ଦାବି ପୁରଣ ନହେଲା ପର୍ଯ୍ୟନ୍ତ ଅନଶନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ