ETV Bharat / state

NHRCଙ୍କ ନିର୍ଦ୍ଦେଶ ମାନୁନି ଶ୍ରୀମନ୍ଦିର ପ୍ରଶାସନ, ଖରାରେ କଲବଲ ଶ୍ରଦ୍ଧାଳୁ - ପୁରୀ ଶ୍ରୀମନ୍ଦିରରେ ଖରାରେ ତାତୁଛି ଶ୍ରଦ୍ଧାଳୁ

NHRCଙ୍କ ନିର୍ଦ୍ଦେଶ ମାନୁନି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରବଳ ଖରାରେ ହେଉଛନ୍ତି କଲବଲ । ଭକ୍ତ ଓ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

NHRCଙ୍କ ନିର୍ଦ୍ଦେଶ ମାନୁନି ଶ୍ରୀମନ୍ଦିର ପ୍ରଶାସନ, ଶ୍ରଦ୍ଧାଳୁମାନେ ଖରାରେ ହେଉଛନ୍ତି କଲବଲ

author img

By

Published : May 18, 2022, 8:57 PM IST

ପୁରୀ: ଜାତୀୟ ମାନବ ଅଧିକାର କମିଶନ (NHRC)ଙ୍କ ନିର୍ଦ୍ଦେଶ ମାନୁନି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରବଳ ଖରାରେ ୮ରୁ ୧୦ ଘଣ୍ଟା ଠିଆ ହେଉଛନ୍ତି । ଛୁଟି ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମରିଚକୋଟ ଛକରୁ ସିଂହଦ୍ଵାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି । ଖରାରେ ପାଦ ତାତିଯାଉଥିବାବେଳେ କିଛି ଭକ୍ତଙ୍କ ପାଦ ଫୋଟକା ହୋଇଯାଇଛି । ଭକ୍ତମାନେ ନିଜେ ପାନୀୟ ଜଳ କିଣି ପାଦ ତଳେ ଢାଳି ଠିଆ ହେବାକୁ ଚେଷ୍ଟା କରୁଛନ୍ତି । ଭକ୍ତଙ୍କ ଏଭଳି କଷ୍ଟକୁ ନେଇ ଜଗନ୍ନାଥ ପ୍ରେମୀ ଓ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

NHRCଙ୍କ ନିର୍ଦ୍ଦେଶ ମାନୁନି ଶ୍ରୀମନ୍ଦିର ପ୍ରଶାସନ, ଶ୍ରଦ୍ଧାଳୁମାନେ ଖରାରେ ହେଉଛନ୍ତି କଲବଲ

ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି, ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଅତ୍ୟନ୍ତ ନିମ୍ନ ସ୍ତରର। ରାସ୍ତା ତାତିଥିବାରୁ ଠିଆହେବା ସମ୍ଭବପର ହେଉନାହିଁ । ବାଧ୍ୟହୋଇ ପିଇବା ପାଣି କିଣି ପାଦରେ ପକାଉଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ ଛାଇ ଓ ପାନୀୟ ଜଳ ଯୋଗାଇବାରେ ଅସମର୍ଥ ହୋଇଛି । ଗତ ମାର୍ଚ୍ଚ ୧୪ ତାରିଖରେ ପୁରୀ ବିକାଶ ପରିଷଦ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ଦର୍ଶନ ବ୍ୟବସ୍ଥା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କୁ ଅଭିଯୋଗ କରାଯାଇଥିଲା । ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ଅସ୍ଥାୟୀ ବିଶ୍ରାମସ୍ଥଳୀ, ପାନୀୟ ଜଳ ଯୋଗାଣ, ସୁରକ୍ଷା, ବରିଷ୍ଠ ନାଗରିକ, ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା, ଭିତରକାଠ ଓ ବାହାରକାଠ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଦାବି କରାଯାଇଥିଲା । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମାର୍ଚ୍ଚ ୨୨ ତାରିଖରେ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ । ଯାହାକୁ ନେଇ ଭକ୍ତ ଓ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପୂର୍ବରୁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲା ଥିବାବେଳେ ଭକ୍ତମାନେ ଖୁବ ସହଜରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିଲେ । ତେବେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ କେଵଳ ପ୍ରବେଶ ନିୟମ ପରେ ଭକ୍ତମାନେ ଲମ୍ବା ଲାଇନରେ ଖରାରେ ଅତି କଷ୍ଟରେ ଖାଲି ପାଦରେ ଠିଆ ହେଉଛନ୍ତି । ମହିଳା, ବୃଦ୍ଧ, ଛୋଟ ଛୁଆ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି । ଏଣୁ, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରି ଦ୍ବାର ପୂର୍ବଭଳି ଖୋଲିବାକୁ ଭକ୍ତ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.