ପୁରୀ: ଷ୍ଟେସନରୁ ଉଦ୍ଧାର ନବଜାତ ଶିଶୁ । ପୁରୀ ଆରପିଏଫ ଷ୍ଟେସନର ଚାରି ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ଵିନୀ ଏକ୍ସପ୍ରେସର ବଗି ଭିତର ସିଟ ତଳୁ ନବଜାତ ଶିଶୁକୁ ଉଦ୍ଧାର କରିଥିଲେ । ପରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁକୁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡିଛି ।
ତେବେ ଶିଶୁଟି କାହାର କିଏ ନବଜାତ ଶିଶୁକୁ ଏମିତି ଅବସ୍ଥାରେ ଛାଡି ଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଏନେଇ ଚାଇଲ୍ଡ ହେଲ୍ପ ଲାଇନ ତରଫୁର ଏ ଘଟଣା ବାବଦରେ ତଦନ୍ତ ଜାରି ରହିଛି ।
ଇଟିଭି ଭାରତ, ପୁରୀ