ETV Bharat / state

New Born: ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର - ବ୍ୟାଗ ଭିତରୁ ଶିଶୁକନ୍ୟା ଉଦ୍ଧାର

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପିପିଲି ବ୍ଲକ ସାତଶଙ୍ଖ-ବଳଙ୍ଗା ମୁଖ୍ୟ ରାସ୍ତା କଡରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର(Rescue New Born Girl) ହୋଇଛି । ଅଧିକ ପଢନ୍ତୁ

ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର
author img

By

Published : Nov 28, 2021, 2:18 PM IST

ପୁରୀ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପିପିଲି ବ୍ଲକ ସାତଶଙ୍ଖ-ବଳଙ୍ଗା ମୁଖ୍ୟ ରାସ୍ତା କଡରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର(Rescue New Born Girl) ହୋଇଛି । ଚୋରପଡ଼ା ଛକ ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜନା ଗଛ ଲତା ଭିତରୁ ଏହି ନବଜାତ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇଛି । ଶିଶୁକନ୍ୟାଟିକୁ ଏକ ବ୍ୟାଗ ଭିତରେ ରଖାଯାଇ ଥିଲା । ଜୀବିତ ଥିବା ଶିଶୁକନ୍ୟାର କାନ୍ଦ ଶୁଣି ରାସ୍ତାରେ ଯାଉଥିବା ଲୋକମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲ ପଠାଇ ଥିବା ବେଳେ କିଏ ଓ କାହିଁକି ଏମିତି କରିଛି ତାକୁ ନେଇ ସ୍ଥନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବ୍ୟାଗ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଏହି ଘଟଣା ପୁଣି ପ୍ରମାଣିତ କରିଛି ଯେ କନ୍ୟା ସନ୍ତାନ ଏବେବି ସାମାଜିକ ସ୍ତରରେ ଅଲୋଡା ରହିଛି । ତେବେ ଏହି ଘଟଣା ପରେ ସଚେତନତା ଅଭାବକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.