ETV Bharat / state

‘ଫନି’ ପୁନଃନିର୍ମାଣ କାର୍ଯ୍ୟ ସମୀକ୍ଷାରେ ଏନ୍‌ଡିଏମ୍‌ଏ ଅଧିକାରୀ - ଏନ୍‌ଡିଏମ୍‌ଏ

ବାତ୍ୟା ‘ଫନି’କୁ ବିତିଛି ମାସେରୁ ଅଧିକ ସମୟ । ହେଲେ କିପରି ଚାଲିଛି ପୁନଃନିର୍ମାଣ କାର୍ଯ୍ୟ । ତାହା ପରଖିବା ପାଇଁ ପୁରୀ ଆସି ପହଞ୍ଚିଛନ୍ତି କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 12, 2019, 8:47 PM IST

ପୁରୀ: ବାତ୍ୟା ‘ଫନି’କୁ ବିତିଛି ମାସେରୁ ଅଧିକ ସମୟ । ଏ ଭିତରେ ପୁରୀର କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ରରୁ ମିଳିଛି ଆର୍ଥିକ ସହାୟତା । ହେଲେ କିପରି ଚାଲିଛି ପୁନଃନିର୍ମାଣ କାର୍ଯ୍ୟ । ତାହା ପରଖିବା ପାଇଁ ପୁରୀ ଆସି ପହଞ୍ଚିଛନ୍ତି କେନ୍ଦ୍ର ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀ । ବୁଧବାର ଏନ୍‌ଡିଏମ୍‌ଏ ଅଧିକାରୀ କମଳ କିଶୋର ପୁରୀ ସଦର, ସାତପଡା, ବ୍ରହ୍ମଗିରି ଆଦି ଅଞ୍ଚଳ ବୁଲି କ୍ଷୟକ୍ଷତି ସମେତ ପୁନଃନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ ଯୋଗୁଁ ଅନେକ ଧନ ଜୀବନ ହାନୀକୁ ରୋକା ଯାଇପାରିଥିବାରୁ ଜିଲ୍ଲା ପ୍ରଶାସନକୁ ବେଶ୍‌ ପ୍ରଶଂସା କରିଥିଲେ ଏନ୍‌ଡିଏମ୍‌ଏ ଅଧିକାରୀ । ଅନ୍ୟପଟେ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ କ୍ଷତିଗ୍ରସ୍ତ ସ୍କୁଲର ମରାମତି କାର୍ଯ୍ୟ ସାରିବାକୁ ସେ ସୂଚନା ଦେଇଛନ୍ତି । ସମୟ ମଧ୍ୟରେ ଯେଉଁ ସ୍କୁଲ ସବୁ ପୁନଃନିର୍ମାଣ ନ ହୋଇପାରିବ ସେଠାକାର ଛାତ୍ରଛାତ୍ରୀଙ୍କୁ ବିକଳ୍ପ ଜାଗା ଦେଖି ପାଠ ପଢାଯିବାର ବ୍ୟବସ୍ଥା ହେବା ନେଇ ସେ କେନ୍ଦ୍ର ସରକାରଙ୍କୁ ସବିଶେଷ ରିପୋର୍ଟ ଦାଖଲ କରିବେ ।

ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ପରେ ଜିଲ୍ଲାପାଳ ବଲବନ୍ତ ସିଂଙ୍କ ସହିତ ଏକ ବୈଠକରେ ଏନେଇ ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଇଥିଲା । ଯେଉଁଥିରେ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.