ETV Bharat / state

ତୈଳ ଦର ବୃଦ୍ଧିକୁ ନୟାଗଡ଼ କଂଗ୍ରେସର ବିରୋଧ, ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିରିଲେ କଂଗ୍ରେସ କର୍ମୀ - ନୟାଗଡ଼ କଂଗ୍ରେସର ବିରୋଧ

କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରରେ ଅହେତୁକ ମୂଲ୍ୟବୃଦ୍ଧିକୁ ପ୍ରତିବାଦ କରିଛି ନୟାଗଡ଼ କଂଗ୍ରେସ । ପ୍ରତିବାଦ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାନରକୁ ଚିରିଛି କଂଗ୍ରେସ । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧିକୁ ନୟାଗଡ଼ କଂଗ୍ରେସର ବିରୋଧ, ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିରିଲେ କଂଗ୍ରେସ କର୍ମୀ

author img

By

Published : Feb 27, 2021, 4:35 PM IST

ନୟାଗଡ଼: ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର । କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦରରେ ଅହେତୁକ ମୂଲ୍ୟବୃଦ୍ଧିକୁ ପ୍ରତିବାଦ କରିଛି ନୟାଗଡ଼ କଂଗ୍ରେସ । ପ୍ରତିବାଦ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାନରକୁ ଚିରିଛି କଂଗ୍ରେସ । ନୟାଗଡ଼ ସହରରେ ଥିବା ପ୍ରଧାନମନ୍ତ୍ରୀଙ୍କ ବ୍ୟାନରକୁ ଚିରା ଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ ।

ତୈଳ ଦର ବୃଦ୍ଧିକୁ ନୟାଗଡ଼ କଂଗ୍ରେସର ବିରୋଧ, ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିରିଲେ କଂଗ୍ରେସ କର୍ମୀ

ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅକ୍ଷୟ କୁମାର ମଲ୍ଲ, ସାଧାରଣ ସମ୍ପାଦକ ଅବଦୁଲ ନିଜାମଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ମିଳିତ ଭାବେ ପ୍ରତ୍ୟେକ ପେଟ୍ରୋଲ ପମ୍ପରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଚିରି ତୈଳ ଦରବୃଦ୍ଧିର ଅଭିନବ ପ୍ରତିବାଦ କରିଥିଲେ । ଚଳିତ ସପ୍ତାହରେ ସମଗ୍ର ଜିଲ୍ଲାରେ ପ୍ରତ୍ୟେକ ପେଟ୍ରୋଲ ପମ୍ପରୁ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋଟୋ ହଟାଇ ତୈଳ ରନ୍ଧନ ଗ୍ୟାସ ଦରବୃଦ୍ଧିର ଦୃଢ଼ ପ୍ରତିବାଦ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.