ETV Bharat / state

ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

author img

By

Published : Oct 31, 2022, 10:37 PM IST

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ପୁରୀରେ ପାଳିତ ହୋଇଯାଇଛି ରାଷ୍ଟ୍ରୀୟ ଏକତା ଦିବସ । ଅଧିକ ପଢନ୍ତୁ

ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ପୁରୀ: ପ୍ରତିବର୍ଷ ପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ବାର୍ଷିକୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ଅକ୍ଟୋବର ୩୧ ରେ ପାଳନ କରିଛି ସାରାଦେଶ। ଏନେଇ ପୁରୀ ରେ ମଧ୍ୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ନେହେରୁ ଯୁବକେନ୍ଦ୍ର ,ସ୍ବଚ୍ଛାସେବୀ ସଂଗଠନ ସମ୍ପର୍କ, ଜନ ଶିକ୍ଷଣ ସଂସ୍ଥାନ,ଜଙ୍ଗଲି କ୍ଳବ,ଡିଫେନ୍ସ କ୍ଳବ,ପଞ୍ଚମୁଖୀ କ୍ଳବ ର ମିଳିତ ଆନୁକୂଲ୍ୟରେ ଏକତା ଦୌଡ଼ର ଆୟୋଜନ କରାଯାଇଥିଲା। ଏନେଇ ଶ୍ରୀମନ୍ଦିର ନିକଟରୁ ଅତିରିକ୍ତ ଜିଲ୍ଲା ପ୍ରଶାସନ ପ୍ରଦୀପ କୁମାର ସାହୁ ଏହି ଏକତା ଦୌଡ ଶୋଭାଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଥିଲେ।

ପୁରୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ତେବେ ପୂର୍ବରୁ ଉପସ୍ଥିତ ସମସ୍ତ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଏକ ଶପଥ ପାଠ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ,ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଜୟ ଶଙ୍କର ଯୋଶୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଆଦି ପ୍ରମୁଖ ଯୋଗ ଦେଇଥିଲେ। ଏକତା ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ରାଷ୍ଟ୍ରୀୟ ଏକତା ଦିବସ: ୫୩୧ ଧାନରେ ଲୌହ ମାନବଙ୍କ ଫଟୋଚିତ୍ର

ସୂଚନା ଯୋଗ୍ୟ ଯେ, ସ୍ବାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀକୁ ୨୦୧୪ ମସିହାରୁ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରି ଆସୁଛି । ଦେଶ ଗଠନରେ ଏହି ଲୌହ ମାନବଙ୍କ ତ୍ୟାଗ, ନିଷ୍ଠା ବିଷୟରେ ଦେଶର ଯୁବ ପିଢ଼ିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ତେବେ ଏହି ପରିପ୍ରେକ୍ଷୀରେ ଅଭିନବ ଶୈଳୀରେ ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁରୀ କୁମ୍ଭାରପଡାର ଯୁବ ଚିତ୍ରଶିଳ୍ପୀ ଜାବିର୍ ଖାଁ । ସେ ୩୧ଟି ଧାନ ବ୍ୟବହାର କରି ସର୍ଦ୍ଦାର ପଟେଲଙ୍କ ଏକ ଫଟୋଚିତ୍ର ପ୍ରସ୍ତୁତ କରିଛନ୍ତି । ଏନେଇ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.