ETV Bharat / state

Mann Ki Baat 100th Episode: ମୁଁ ବି ମୋଦି ପ୍ରତିଯୋଗିତା ଆୟୋଜିତ - ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍‌ କି ବାତ କାର୍ଯ୍ୟକ୍ରମ

ପୁରୀ ପିପିଲିରେ ଆୟୋଜିତ ହେଲା ମନ୍ କି ବାତ୍ 100ତମ ଏପିସୋଡକୁ ନେଇ ସ୍ଵତନ୍ତ୍ର କାର୍ଯକ୍ରମ । ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜନ ହେଲା ମୁଁ ବି ମୋଦି ପ୍ରତିଯୋଗିତା । ଅଧିକ ପଢନ୍ତୁ

Mann Ki Baat 100th Episode
Mann Ki Baat 100th Episode
author img

By

Published : Apr 30, 2023, 6:58 PM IST

ମୁଁ ବି ମୋଦି ପ୍ରତିଯୋଗିତା ଆୟୋଜିତ

ପୁରୀ: ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍‌ କି ବାତ କାର୍ଯ୍ୟକ୍ରମ ଆଜି 100ତମ ଅଧ୍ୟାୟ ପୂରଣ କରିଛି । ଦେଶରେ କୋଣ ଅନୁକୋଣରେ ଲକ୍ଷଲକ୍ଷ ଜନ ସାଧାରଣ ଶୁଣିଛନ୍ତି ପ୍ରଧାନମନ୍ତ୍ରୀଙ୍କ ମନର କଥା । ଏହି ଅବସରରେ ପୁରୀ ଜିଲ୍ଲା ପିପିଲିର ଦାଣ୍ଡମୁକୁନ୍ଦପୁରରେ ବିଜେପି ପକ୍ଷରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଏଥିରେ ସ୍ଥାନୀୟ ଲୋକ ଓ କିଛି ଛୋଟ ପିଲାଙ୍କୁ ସାମିଲ କରାଯାଇ ଥିଲା। ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥିଲେ । ଏହି ଅବସରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ମୁଁ ବି ମୋଦି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଯେଉଁଥିରେ ଛୋଟଛୋଟ ପିଲା ସାମିଲ ହୋଇ ସେମାନେ କାହିଁକି ମୋଦି ହେବେ, ଦେଶବାସୀଙ୍କ ସେବା କିଭଳି କରିବେ ସେନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ସେହିପରି ଏହି ଅବସରରେ ଶହୀଦ ଦେବାଶିଷ ବିଶ୍ଵାଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ଥିଲା । ତାଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ବିଜେପିର ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଏନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି, "ମୋଦିଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗୁଁ ତାଙ୍କର ଲୋକ ପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଛୋଟ ଛୋଟ ପିଲା ମଧ୍ୟ ଆଗାମୀ ଦିନରେ ମୋଦିଙ୍କ ଭଳି ହୋଇ ଦେଶ ସେବା ପାଇଁ ମନ କରୁଛନ୍ତି ।"

ସେହିପରି ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 100ତମ ଏପିସୋଡ୍‌ ପୂରଣ କରିବା ଏକ ଐତିହାସିକ ଘଟଣା । ସାରା ବିଶ୍ଵରେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ବେଶ୍ ପ୍ରଶଂସା କରାଯାଉଛି । ଏହି ମନ୍ କି ବାତ୍ କାର୍ଯକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସାଧାରଣ ଲୋକ ସହ ଯୋଡ଼ି ହୋଇ ରହିଛନ୍ତି ।

ପ୍ରକାଶ ଥାଉକି, ଏହି ୧୦୦ତମ ଏପିସୋଡ ଅବସରରେ ଚକ୍‌ ଖଡିରେ ସୂକ୍ଷ୍ମ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସହର ଯୁବକ କେ.ବିଜୟ କୁମାର ରେଡ୍ଡି । ଯୁବକ ଜଣକ ଚକ୍‌ଖଡିରେ ୨ ସେଣ୍ଟି ମିଟର ଉଚ୍ଚତାର ପ୍ରଧାନମନ୍ତ୍ରୀଙ୍କ ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ଏହାସହିତ ୧୦୦ତମ ମନ୍ କି ବାତ୍ ସହ ଏକ ମାଇକର ପ୍ରତିକୃତି ନିର୍ମାଣ କରିଛନ୍ତି । ଏଥିପାଇଁ ତାଙ୍କୁ ମାତ୍ର ଏକ ଘଣ୍ଟା ସମୟ ଲାଗିଥିଲା । ଏହି ସୂକ୍ଷ୍ମ ପ୍ରତିକୃତି ପ୍ରସ୍ତୁତ କରିବା ପରେ ବିଜୟ ଏହାକୁ କୋରିଅରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି । ଏହା ହସ୍ତଗତ ହେବା ପରେ ଏଭଳି କଳାକୃତି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୁବକଙ୍କୁ ପ୍ରଶଂସା କରାଯାଇଛି । ଏଥିସହ MyGovIndia ଟ୍ବିଟର ଆକାଉଣ୍ଟରେ ଏହି ପ୍ରତିକୃତି ପୋଷ୍ଟ କରାଯାଇଛି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ବିଜୟଙ୍କୁ ବେଶ୍ ପ୍ରଶଂସା କରିବା ସହ ନିଜର ଟ୍ବିଟର ଆକାଉଣ୍ଟରେ ତାଙ୍କର କଳାକୃତିକୁ ସ୍ଥାନ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.