ପୁରୀ: ବିଶ୍ବ ମାତୃ ଦିବସରେ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ । ପ୍ରତିବର୍ଷ ମେ' ମାସର ଦିତୀୟ ସପ୍ତାହର ରବିବାରକୁ ୱାର୍ଲଡ଼ ମଦର୍ସ ଡେ ଭାବେ ପାଳନ କରାଯାଏ । ମା'ର ଦାନକୁ ମନେ ପକାଇ ସବୁଠି ପାଳନ ହେଉଛି ମାତୃ ଦିବସ । ଏହି ଅବସରରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ର କରି ବିଶ୍ବର ପ୍ରତିଟି ମା'କୁ ଶୁଭେଚ୍ଛା ଜଣାଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ