ETV Bharat / state

ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମକ୍‌ ଡ୍ରିଲ ଆରମ୍ଭ - ପୁରୀରେ ବେଳାଭୂମିରେ ମକ୍‌ ଡ୍ରିଲ ଆରମ୍ଭ

ପର୍ଯ୍ୟଟକଙ୍କ ସୁରକ୍ଷା ସମ୍ପର୍କରେ ପୁରୀ ବେଳାଭୂମିରେ ଲାଇଫ ଗାର୍ଡମାନଙ୍କୁ ମକ୍‌ ଡ୍ରିଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଉଛି । ଅଧିକ ପଢନ୍ତୁ...

Mock drill started for the protection of tourists in Puri seabeach
ପୁରୀରେ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମକ୍‌ ଡ୍ରିଲ ଆରମ୍ଭ
author img

By

Published : Dec 11, 2020, 1:53 PM IST

ପୁରୀ: କୋରୋନା ମହାମାରୀ ପାଇଁ ପୁରୀ ବେଳାଭୂମିରୁ କଟକଣା ହଟିବା ପରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି । ଏଣୁ ଲାଇଫ ଗାର୍ଡମାନେ ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ପ୍ରଶିକ୍ଷଣ ନେବା ଲାଗି ବେଳାଭୂମିରେ ମକ୍‌ ଡ୍ରିଲ ଆରମ୍ଭ ହୋଇଛି ।

ପୁରୀରେ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମକ୍‌ ଡ୍ରିଲ ଆରମ୍ଭ

ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଲାଇଫ ଗାର୍ଡଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ 100 ଜଣ ଲାଇଫ ଗାର୍ଡଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ମୁତୟନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ବେଳାଭୂମିରେ ଏହି ସଂଖ୍ୟାକୁ 160କୁ ବୃଦ୍ଧି କରାଯାଇଛି । ପୁରୀ ବେଳାଭୂମି ପାଇଁ 70 ଜଣ, ଚନ୍ଦ୍ରଭାଗା ପାଇଁ 30 ଜଣ, ଜିଲ୍ଲାର 4ଟି ସାମୁଦ୍ରିକ ଥାନା ଅଧୀନରେ 15 ଜଣ ଲେଖାଏଁ ମୋଟ 60 ଜଣ ଲାଇଫ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି।

ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ମକ ଡ୍ରିଲ ଆରମ୍ଭ ହୋଇଛି । ଲାଇଫ ଗାର୍ଡମାନେ ସମୁଦ୍ରରେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସମ୍ପର୍କରେ ଏହି ମକ୍‌ ଡ୍ରିଲରେ ପ୍ରଶିକ୍ଷଣ ନେଉଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୁରୀ ଏସପି କେ.ବିଶାଳ ସିଂ, ପୁରୀ ଉପଜିଲ୍ଲାପାଳ ଭଵ ତାରଣ ସାହୁଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ ଓ ପ୍ରଶାସନ ସବୁବେଳେ ସଜାଗ ରହିଥିବା କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.