ପୁରୀ: ସୋମବାର କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଘଟିଥିଲା ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଆଉ ଏହି ଘଟଣାର ପୁନରାବୃତ୍ତି ହେଲେ କିପରି ଏହାର ମୁକାବିଲା କରାଯିବ ସେ ନେଇ ମକ ଡ୍ରିଲ କରିଛି ଅଗ୍ନିଶମ ବିଭାଗ ।
ମଙ୍ଗଳବାର ପୁରୀ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କରାଯାଇଛି । ପୁରୀର ଜଗନ୍ନାଥ କୋଭିଡ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ ହେଲଥ ସେଣ୍ଟର, ଆଇଡିଏଚ କୋଭିଡ ହେଲଥ ହସ୍ପିଟାଲରେ ପୁରୀ ଅଗ୍ନିଶମ ବିଭାଗ ଆସିଷ୍ଟାଣ୍ଟ ଫାଏର ଅଫିସର ପ୍ରଦୀପ ରାଉତଙ୍କ ନେତୃତ୍ବରେ ୫ ଜଣିଆ ଟିମ ଏହି ସମସ୍ତ କୋଭିଡ ସେଣ୍ଟରକୁ ଯାଇ ପ୍ରତିକୂଳ ପରିସ୍ଥିତିକୁ କିଭଳି ସାମ୍ନା କରିବେ ସେ ନେଇ ମକ ଡ୍ରିଲ କରିଥିଲେ । ଯଦି ନିଆଁ ଲାଗିଲା ତା'ହେଲେ ପ୍ରାଥମିକ ଭାବରେ କିଭଳି ନିଆଁକୁ ଆୟତ୍ତ କରାଯିବ ଏବଂ ଫାୟାର କଣ୍ଟ୍ରୋଲ ପାଇଁ ବ୍ୟବହୃତ ବିଭିନ୍ନ ଉପକରଣ କିପରି ବ୍ୟବହାର କରିବେ ସେ ନେଇ ମକ ଡ୍ରିଲ ହୋଇଥିଲା ।
ତେବେ ଏହି ଅଘଟଣ ସମୟରେ କିଭଳି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯିବ ଓ କଣ ସବୁ ପ୍ରାଥମିକ ପଦକ୍ଷେପ ରହିବା ଉଚିତ ସେ ନେଇ ହସ୍ପିଟାଲରେ ଥିବା ସିକ୍ୟୁରିଟି ଗାର୍ଡ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ସଚେତନ କରାଯାଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ