ETV Bharat / state

ବାତ୍ୟା ବିପନ୍ନଙ୍କ ହାତ ପାହାନ୍ତାରେ ଭ୍ରାମ୍ୟମାଣ ଏଟିଏମ ସେବା - ପୁରୀ

ପୁରୀରେ ଦେଖାଦେବନି ଏଟିଏମ ସମସ୍ୟା । ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଏଟିଏମ ସେବା । ଏହି ସେବା ଜରିଆରେ ଯେକୌଣସି ବ୍ୟକ୍ତି ଥରକେ ସର୍ବାଧିକ ୪୦ ହଜାର ଟଙ୍କା ଉଠାଇପାରିବେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 24, 2019, 7:59 PM IST

ଭୁବନେଶ୍ବର: ବାତ୍ୟା ଫନି ପ୍ରଭାବିତଙ୍କ ପାଖରେ ପହଞ୍ଚିବ ଭ୍ରାମ୍ୟମାନ ଏଟିଏମ ସେବା । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏହି ସେବା । ଫନି ମାଡରେ ପୁରୀର ବିଦ୍ୟୁତସେବା ଓ ନେଟୱର୍କ ପ୍ରଭାବିତ ହୋଇଥିବାରୁ ଦେଖାଦେଇଛି ନାହିଁନଥିବା ସମସ୍ୟା । ଖାସକରି ବ୍ୟାଙ୍କିଙ୍ଗ ସମସ୍ୟା । ତେଣୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ସଚିବାଳୟରେ ଆଜି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୨୫ଟି ଭ୍ରାମ୍ୟମାନ ଏଟିଏମ ସେବାର ଶୁଭାରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଲୋକଙ୍କ ପାଖରେ ପହଞ୍ଚିବ ଏଟିଏମ । ଏହି ସେବା ଜରିଆରେ ଯେକୌଣସି ବ୍ୟକ୍ତି ଥରକରେ ସର୍ବାଧିକ ୪୦ ହଜାର ଟଙ୍କା ଉଠାଇପାରିବେ । ପୁରୀ ଜିଲ୍ଲାର ବାତ୍ୟା ପ୍ରଭାବିତଙ୍କୁ ଏହି ସେବା ଦ୍ବାରା ନଗଦ ଅର୍ଥ ପାଇବାର ଅସୁବିଧା ଦୂର ହୋଇପାରିବ ।

ପାଖାପାଖି ୪୫ ପ୍ରତିଶତ ଏଟିଏମ ସେବା ପୁରୀରେ କାର୍ଯ୍ୟକ୍ଷମ ହୋଇସାରିଛି ଆଉ ଏହାକୁ ତ୍ବରାନ୍ବିତ କରିବା ପାଇଁ ଏହି ଏଟିଏମ ସେବା ବିଶେଷ ସହାୟକ ହେବ ବୋଲି ପ୍ରମୁଖ ଅର୍ଥ ସଚିବ ଅଶୋକ ମିନା କହିଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏବେ ୨ଟି ମୋବାଇଲ ଏଟିଏମ ଚାଲିଥିବାବେଳେ ଗ୍ରାମାଞ୍ଚଳରେ ଯେଉଁଠି ନେଟୱର୍କ ସମସ୍ୟା ଅଛି, ସେହି ସ୍ଥାନରେ ମୋବାଇଲ ଏଟିଏମ ସେବା ଯୋଗାଇ ଦିଆଯିବ ବୋଲି ଅର୍ଥ ସଚିବ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ପୁରୀରେ ମିଳିବ ଭ୍ରାମ୍ୟମାନ ଏଟିଏମ ସେବା।ପୁରୀ ଜିଲ୍ଲା ର ବାତ୍ୟା ପ୍ରଭାବିତଙ୍କୁ ହାତପାନ୍ତାରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏକ ଭ୍ରାମ୍ୟମାନ ଏଟିଏମ ସେବାର ଶୁଭାରମ୍ଭ ହୋଇଛି।ଏଟିଏମ କାର୍ଡ଼ଧାରୀ ନିଜର କାର୍ଡ଼ ମେସିନରେ ସ୍ୱାଇପ କଲେ ସଙ୍ଗେ ସଙ୍ଗେ ଟଙ୍କା ଉଠାଇପାରିବେ।ଏହି ସେବା ଜରିଆରେ  ଯେ କୌଣସି ବ୍ୟକ୍ତି ଥରକେ ସର୍ବାଧିକ ୪୦ ହଜାର ଟଙ୍କା ଉଠାଇପାରିବେ।ବାତ୍ୟା ଯୋଗୁ ପୁରୀ ରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଥିବାରୁ ଓ ନେଟୱର୍କର ଅସୁବିଧାରୁ ବ୍ୟାଙ୍କିଙ୍ଗ ସମସ୍ୟା ଦେଖା ଦେଇଛି।ଏହି ସେବା ଦ୍ୱାରା ବାତ୍ୟା ପ୍ରଭାବିତଙ୍କୁ ନଗଦ ଅର୍ଥ ପାଇବା ଅସୁବିଧା ଦୂର ହୋଇପାରିବ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଟି ଭ୍ରାମ୍ୟମାନ ଏଟିଏମ ସେବା ଯୋଗାଇ ଦିଆଯାଇଛି।

ପୁରୀରେ ୪୫ ପ୍ରତିଶତ ଏଟିଏମ ସେବା କାର୍ଯ୍ୟକ୍ଷମ ହୋଇସାରିଛି।ପୁରୀରେ ବ୍ୟାଙ୍କିଙ୍ଗ ସେବାକୁ ତ୍ବରାନ୍ବିତ କରିବା ପାଇଁ ଏହି ଏଟିଏମ ସେବା ବିଶେଷ ସହାୟକ ହେବ ବୋଲି ପ୍ରମୁଖ ଅର୍ଥ ସଚିବ ଅଶୋକ ମିନା କହିଛନ୍ତି।ଆଇସିଆଇସି ଆଇ ବ୍ୟାଙ୍କ ପକ୍ଷରୁ ଏବେ ୨ଟି ମୋବାଇଲ ଏଟିଏମ ଚାଲିଲା।ଗ୍ରାମାଞ୍ଚଳ ରେ ଯେଉଁଠି ଯେଉଁଠି ନେଟୱର୍କ ସୁବିଧା ଥିବ ସେ ସ୍ଥାନରେ ମୋବାଇଲ ଏଟିଏମ ସେବା ଯୋଗାଈ ଦିଆଯିବ ବୋଲି ଅର୍ଥ ସଚିବ କହିଛନ୍ତି।

ଆଇସିଆଇସିଆଇ ବ୍ୟାଙ୍କ ଭୁବନେଶ୍ୱର ଯୋନ ମୁଖ୍ୟ ପ୍ରଦୋଷ ରଞ୍ଜନ ରାଉତ ଙ୍କ ସୂଚନା ଅନୁସାରେ ପୁରୀରେ ବାତ୍ୟା ପ୍ରପୀଡ଼ିତ ଙ୍କୁ ବ୍ୟାଙ୍କିଙ୍ଗ ସହାୟତା ଯୋଗାଇ ଦେବା ପାଇଁ ଆମ ବ୍ୟାଙ୍କ ପକ୍ଷରୁ ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲା ରେ ୨ ଟି ମୋବାଇଲ ଏଟିଏମ ସେବା ଆରମ୍ଭ କରିଛୁ ।ରାଜ୍ୟସରକାର ଙ୍କ ସହ ଆଇସିଆଇସିଆଇ ମିଳିତ ଉଦ୍ୟମ ରେ ଏ ସେବାର ଶୁଭାରମ୍ଭ କରାଯାଇଛି।

ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମୋବାଇଲ ଏଟିଏମ ସେବା ର ଶୁଭାରମ୍ଭ କରିଛନ୍ତି।ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା, ଆଇସିଆଇସିଆଇ ବ୍ୟାଙ୍କର ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.