ETV Bharat / state

ସ୍ବଚ୍ଛ-ସୁନ୍ଦର ହେଉଛି ଶ୍ରୀକ୍ଷେତ୍ର, ଜୋରସୋରରେ ଚାଲିଛି ‘ମୋ ଧାମ ମୋ ଗର୍ବ’ ଅଭିଯାନ - ସ୍ବଚ୍ଛ ପୁରୀ

ପୁରୀରେ ଜୋରସୋର ଚାଲିଛି ସଫେଇ କାର୍ଯ୍ୟକ୍ରମ । ଶ୍ରୀକ୍ଷେତ୍ରକୁ ସ୍ବଚ୍ଛ ରଖିବାକୁ ଆରମ୍ଭ ହୋଇଥିବା ମୋ ଧାମ ମୋ ଗର୍ବ ଅଭିଯାନ ସଫେଇ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଛି । ଅଧିକ ପଢନ୍ତୁ..

ସ୍ବଚ୍ଛ-ସୁନ୍ଦର ହେଉଛି ଶ୍ରୀକ୍ଷେତ୍ର,  ଜୋରସୋରରେ ଚାଲିଛି ‘ମୋ ଧାମ ମୋ ଗର୍ବ’ ଅଭିଯାନ

author img

By

Published : Nov 4, 2020, 6:18 PM IST

Updated : Nov 4, 2020, 8:01 PM IST

ପୁରୀ: ଶ୍ରୀକ୍ଷେତ୍ରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୋ ଧାମ ମୋ ଗର୍ବ’ ଅଭିଯାନ ଅଧିନରେ ଜାରି ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ସହରର ପ୍ରତ୍ୟେକ ଗଳିକନ୍ଦିରୁ ଆବର୍ଜନା ସଫା କରାଯିବା ସହ ସଚେତନତା ସୃଷ୍ଟି କରାଯାଉଛି । ଏଥିନିମନ୍ତେ ଜିଲ୍ଲାପାଳ ବଲୱନ୍ତ ସିଂ ବୁଧବାର ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଏହାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି ।

ସ୍ବଚ୍ଛ-ସୁନ୍ଦର ହେଉଛି ଶ୍ରୀକ୍ଷେତ୍ର, ଜୋରସୋରରେ ଚାଲିଛି ‘ମୋ ଧାମ ମୋ ଗର୍ବ’ ଅଭିଯାନ

ତାଳବଣିଆ ଓ ଅନ୍ୟ ଅଞ୍ଚଳରେ ଡ୍ରେନ ଉପରେ ଥିବା ଉଠାଦୋକାନୀକୁ ତୁରନ୍ତ ହଟେଇବାକୁ ପଦକ୍ଷେପ ନିଆଯିବ । ବୁଧବାର ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ମାଧ୍ୟମରେ ୭୭ ଟ୍ରିପ ଆବର୍ଜନା ସଂଗ୍ରହ କରାଯାଇଛି । ରାସ୍ତାକଡରେ ନିର୍ମାଣ ସାମଗ୍ରୀ, ଆବର୍ଜନା ରଖି ଅବରୋଧ କରିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲଂଘନ କରିଥିବାରୁ ୨୪ ଜଣଙ୍କୁ ନୋଟିସ ଜାରି କରାଯାଇଛି ଓ ଅନ୍ୟ ୯ ଜଣଙ୍କ ଠାରୁ ୧୮ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଆଜି ଦିନକରେ ବିଭିନ୍ନ ୱାର୍ଡରେ ପ୍ରାୟ ୬ କି.ମି. ପରିସରରୁ ଅନାବନା ଗଛ କଟାଯାଇ ସଫା କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପୁରୀ ସହରକୁ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ପାଇଁ ସମସ୍ତେ ଆଗେଇ ଆସିବାକୁ ଜିଲାପାଳ ବଲବନ୍ତ ସିଂ ଅନୁରୋଧ କରିଛନ୍ତି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 4, 2020, 8:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.