ETV Bharat / state

ଚୋରଙ୍କ ନଜରରୁ ବର୍ତ୍ତିଲାନି ଶ୍ରୀମନ୍ଦିର: ଦକ୍ଷିଣ ଦ୍ବାର ଗୁମୁଟ ଦାନବାକ୍ସରୁ ଚୋରି, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ - ଶ୍ରୀମନ୍ଦିର ଦାନବାକ୍ସରୁ ଚୋରି

ଶ୍ରୀମନ୍ଦିର ଦାନବାକ୍ସ ଲୁଟ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଚୋରି ହୋଇଛି । ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

miscreants loot shrimandir donation box
ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଚୋରି
author img

By

Published : Jul 28, 2023, 1:46 PM IST

Updated : Jul 28, 2023, 2:01 PM IST

ଦକ୍ଷିଣ ଦ୍ବାର ଗୁମୁଟ ଦାନବାକ୍ସରୁ ଚୋରି

ପୁରୀ: ଶ୍ରୀମନ୍ଦିର ଗୁମୁଟ ଦାନବାକ୍ସରୁ ଚୋରି ହୋଇଛି । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଗୁମୁଟ ଦାନବାକ୍ସରୁ ଚୋରି ହୋଇଥିବା ଜଣାପଡିଛି । ଦାନବାକ୍ସକୁ ନୃସିଂହ ମନ୍ଦିର ପଛପଟୁ ଜେଟିପି ଉଦ୍ଧାର କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛି । ଦୁର୍ବୃତ୍ତ ଦାନବାକ୍ସରୁ ଚୋରି କରିବା ପରେ ଏହାକୁ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଦାନବାକ୍ସକୁ ଲୁହା ରଡରେ ତଡାଯାଇ ଲୁଟ କରାଯାଇଛି । ଆଜି (ଶୁକ୍ରବାର) ସକାଳେ ଏହା ଜଣାପଡିଛି । ଶ୍ରୀମନ୍ଦିର ଭିତରେ ଓ ଚାରି ଦ୍ୱାରରେ ପୋଲିସ୍ ପ୍ରହରା ରହିଥାଏ । 24 ଘଣ୍ଟା ପୋଲିସ ପ୍ରହରା ଦେଉଥାଏ । ହେଲେ କିପରି ଦାନବାକ୍ସ ଲୁଟ ହେଲା ସେ ନେଇ ଭକ୍ତ ମହଲରେ ପ୍ରଶ୍ନ ଉଠୁଛି । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ପହୁଡ଼ ନୀତି ପରେ ସମସ୍ତ ଦ୍ୱାର ବନ୍ଦ କରାଯିବା ପରେ ଉଭୟ ଜେଟିପି ଓ ଓଡ଼ିଶା ପୋଲିସ ସୁରକ୍ଷା ଦାୟିତ୍ଵରେ ରୁହନ୍ତି । ହେଲେ ଏତେ ସୁରକ୍ଷା ବ୍ୟବସ୍ଥାରେ କିଭଳି ଲୁଟ ହେଲା ଦାନବାକ୍ସ, କେମିତି ପୋଲିସ୍ ଜାଣିପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ଇଙ୍ଗିତ କରୁଛି ଏହି ଘଟଣା ।

ଏହା ବି ପଢନ୍ତୁ...ମହାପ୍ରଭୁଙ୍କ ବନକଲାଗି ବିବାଦ ପ୍ରସଙ୍ଗ: ଉଭୟ ଜିଦରେ ଅଟଳ, ଆଜି ବି ହୋଇପାରିଲାନି ନୀତି

ଏହା ବି ପଢନ୍ତୁ...ବନକଲାଗିକୁ ନେଇ ତେଜୁଛି ବିବାଦ, ବୁଧବାର ନୀତି କରିବାକୁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ୍‌

ପୂର୍ବରୁ ଶ୍ରୀମନ୍ଦିର ରୋଷ ଘରେ ଜଣେ ବ୍ୟକ୍ତି ରାତିରେ ଲୁଚି ରହି ଚୁଲା ଭାଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ବହୁ ତୁମ୍ବି ତଫାନ ପରେ ଶ୍ରୀମନ୍ଦିର ଭିତରେ ଉଭୟ ଓଡ଼ିଶା ପୋଲିସ ଓ ଜଗନ୍ନାଥ୍ ମନ୍ଦିର ପୋଲିସ୍ ଉଭୟ ମିଳିତ ଭାବେ ସୁରକ୍ଷା ଦାୟିତ୍ବ ନେଇଥିଲେ । ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ଭିତରେ କେହି ବ୍ୟକ୍ତି ରହି ନଥାନ୍ତି । ତଥାପି ଦାନବାକ୍ସରୁ ଚୋରି ହେବା ଚର୍ଚ୍ଚାର ବିଷୟ ହୋଇଛି ।

ସେହିଭଳି ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ଶ୍ରୀମନ୍ଦିର ଭିତରୁ ଅନେକ ବ୍ୟକ୍ତି ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ହେଲେ ସଜାଗ ହୋଇନାହିଁ ପ୍ରଶାସନ । ପୁଣି ଦାନବାକ୍ସରୁ ଚୋରି ହେବା ଘଟଣାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ପୋଲିସ ଡିଜି ଏହାକୁ ଗୁରୁତର ଭାବେ ଗ୍ରହଣ କରି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଭକ୍ତ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Jul 28, 2023, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.